ଦିବ୍ୟାଙ୍ଗ ମହିଳାଙ୍କୁ ସହାୟତାର ହାତ ବଢାଇଲା ବ୍ଲକ ପ୍ରଶାସନ 

 ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜିଗିଡିଗୁଡା ଗ୍ରାମର ୫୫ବର୍ଷୀୟ ଦିବ୍ୟାଙ୍ଗ କମଳା କାମଡିଙ୍କୁ ସରକାରୀ ସୁବିଧା ମିଳୁ ନଥିବା ନେଇ ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ସହୟତର ହାତ ବଢାଇଛନ୍ତି । କମଳାଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ନଥିବାରୁ ତାଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି ବୋଲି ଜାଣିବାକୁ ପାଇବା ପରେ କମଳା କୁ ନେଇ ଭିନ୍ନକ୍ଷମ ପ୍ରମାଣପତ୍ର କରାଯିବା ସହିତ ତାଙ୍କର ବ୍ୟାଙ୍କ ଖାତା ଖୋଲିବା ଓ ଅନ୍ତଦୋୟ ଗୃହ ଯୋଜନାରେ କମଳାଙ୍କୁ ଗୋଟିଏ ଗୃହ ଯୋଗାଇ ଦିଆଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିଦେ୍ର୍ଦଶ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଆଜି କିଆଙ୍ଗ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ଓ ସରପଞ୍ଚ ଲକିନାଥ ପୂଜାରୀ ଆଜି କମଳାର ବ୍ୟାଙ୍କ ଖାତା ଖୋଲିବା ସହିତ ଯିବା ଆସିବା କରିବା ପାଇଁ ଏକ ଟ୍ରାଏ ସାଇକେଲ ପ୍ରଦାନ କରିଛନ୍ତି । ଏହାକୁ ନେଇ କମଳାଙ୍କ ସହିତ ପରିବାର ଲୋକେ ଖୁସି ବ୍ୟକ୍ତ କରିବା ସହିତ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।