ବିରଜା ଦେବୀଙ୍କ ଷୋଡଶ ପୂଜା ସମାପନ

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର:  ମା’ବିରଜାଙ୍କର ୧୬ ଦିନ ବ୍ୟାପୀ ଷୋଡ଼ଷ ଉପଚାର ପୂଜା ପାର୍ବଣ ଉତ୍ସବ ଅବସରରେ ବ୍ୟାସନଗରରେ ଥିବା ବିରଜାନଗର ବିରଜା ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି । ମା’ବିରଜାଙ୍କର ଷୋଡ଼ଶ ପୂଜା ୨୫ତାରିଖ ଠାରୁ ଆରମ୍ଭ ହୋଇ୧୬ଦିନ ବ୍ୟାପୀ ପୂଜା ବଡ଼ ସିଂହାର ବେଶ ଚଣ୍ଡି ପାଠ କାରାଯାଇ ୧୨ତାରିଖରେ ସମାପନ ହୋଇଥିଲା । ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୂଜା ପଦ୍ଧତି ଅନୁସାରେ ପୂଜାଚଣ୍ଡୀ ପାଠ କାରାଯାଇଥିଲା । ମନ୍ଦିରର ମୁଖ୍ୟ ପୂଜକ କୈଳାସ ଦାସ ଓ ଗୌରାଙ୍ଗ ପାଢ଼ୀ, ମାନସ ରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ  ପୂଜା ସଂପାଦିତ ହୋଇଥିଲା । କାର୍ଯ୍ୟକ୍ରରେ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ନିତ୍ୟାନନ୍ଦ ମହାଳିକ ସାଧାରଣ ସମ୍ପାଦକ ପ୍ରଫୁଲ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପାଢି, ସହ ସମ୍ପାଦକ ଭାଗ୍ୟଧର ମହାରଣା, ଉପଦେଷ୍ଟା ନିରଞ୍ଜନ ବିଶ୍ୱାଳ, ବିଜୟ କୁମାର ବରାଳ, କାମଦେବ ଦାସ, ପ୍ରକାଶ କୁଅଁର, ନିରଞ୍ଜନ ମଲ୍ଲିକ, ସୁରେନ୍ଦ୍ର ନାଏକ, କୋଷାଧ୍ୟକ୍ଷ ରମେଶ କାଣ୍ଡି, ଦିବ୍ୟାଂଶୁ ମହାନ୍ତି, ବିଶ୍ୱରଞ୍ଜନ ମଲିକ, ଶ୍ରୀମନ୍ତ କୁମାର ସାହୁ, ଦିଲୀପ ମହାନ୍ତି, ଶ୍ରୀକାନ୍ତ ମହାକୁଡ଼, ପ୍ରକାଶ ଚନ୍ଦ୍ର ସାହୁ, ନୀତି ସଂଯୋଜକ ବାରକିଶୋର ସାହୁ, ସ୍ମୃତିରଞ୍ଜନ ପଣ୍ଡା, ବିମାନ ଆଇଚ, ସୁନିଲ ଜେନା, ସବିତା ଖୁଣ୍ଟିଆ, ମଞ୍ଜୁ ଲତା ସ୍ୱାଇଁଙ୍କ ସହ ଶତାଧିକ ଭକ୍ତ ପୂଜାକୁ ଶୃଙ୍ଖଳିତ ପରିଚାଳନା କରିଥିଲେ ।