ରଣାଗୁଣ୍ଡି ତଳ ସାହିର ଝରଣା ଜଳ  : ଗୋଟିଏ ତୁଠ ଭରସାରେ ମଣିିଷ ଓ ପଶୁପକ୍ଷୀ

 ଦାନଗଦୀ : ଝାଡ଼ାବାନ୍ତି ବ୍ୟାପିବା ପରେ ଅକଳରେ ପଡ଼ିଛି ସ୍ୱାସ୍ଥ୍ୟ ଏବଂ ଜିଲା ପ୍ରଶାସନ । ନିରାକରଣ ପାଇଁ ଦିନରାତିକୁ ଏକକରି ଦେଇଛନ୍ତି । ଝାଡ଼ାବାନ୍ତି ବ୍ୟାପକତାକୁ ରୋକିବାକୁ ଜଳଖିଆ ଦୋକାନରୁ ଆରମ୍ଭ କରି ଠେଲାଗାଡ଼ି ବେପାରକୁ ବନ୍ଦ କରିବା ସହ କେତେକ ହୋଟେଲକୁ ସିଲ କଲେଣି । ପାଣିରୁ ସଂକ୍ରମଣ ସମ୍ଭାବନା ଆଶଙ୍କାରେ ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇ ପରିକ୍ଷାଗାରକୁ ପଠାଯାଇଛି । ପାଣି ଫୁଟେଇ ପିଇବା ଠାରୁ ଆରମ୍ଭ କରି ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଉଛି । ପରାମର୍ଶ ଦେବା ପୂର୍ବକ ଦୂଷିତ ପାଣି ପିଅନ୍ତୁନି, ପୋଖରୀ ପାଣି ବ୍ୟବହାର କରନ୍ତୁନି ଭଳି ସଚେତନତା କରାଯାଉଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲାପାଳ ଏବଂ ଜିଲା ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର ଏଭଳି ପରାମର୍ଶ ଦେଉଛନ୍ତି । କିନ୍ତୁ ଏଭଳି ସ୍ତରରେ ପ୍ରଶ୍ନ ଉଠୁଛି, ସରକାର ହେଉ କି ପ୍ରଶାସନ ଦେଉଥିବା ସଚେତନ ବାର୍ତ୍ତା ନିପଟ ଗାଁରେ ପହଞ୍ଚିପାରୁଛି ତ? । ଏ ପ୍ରଶ୍ନ ଦାନଗଦୀ ବ୍ଲକ ରଶାଗୁଣ୍ଡିର ତଳସାହିର ଝରଣାକୁ ଦେଖିଲେ ଯେକେହିର ବି ମନକୁ ଆସିବ । କଳିଙ୍ଗନଗର ଶିଳ୍ପାଞ୍ଚଳ ପାଚେରୀ ପାଖକୁ ଲାଗିକି ରହିଛି ରଣା ଗୁଣ୍ଡିର ତଳସାହି । ଯେଉଁ ସାହିକୁ ଲାଗି ରହିଛି ଏକ ଝରଣା । ଯାହା ମଣିଷ, ଗାଇ, ଗୋରୁ, ଛେଳି ଓ କୁକୁରଙ୍କ ତୁଠ ପାଲଟିଛି । ବର୍ତ୍ତମାନ ସମୟରେ ଦାନଗଦୀ ବ୍ଲକରେ ଝାଡା ବାନ୍ତି ହୋଇ ପାଞ୍ଚ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨ ଶହରୁ ଅଧିକ ଆକ୍ରାନ୍ତ ହେଲେଣି । କିନ୍ତୁ ଗ୍ରାମାଞ୍ଚଳରେ ଲୋକଙ୍କୁ ଏବେବି ସଚେତନତ ହୋଇନାହାନ୍ତି କି ସେମାନଙ୍କୁ ସଚେତନ କରାଯାଇନି ।  ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ସାଧାରଣ ପିଇବା ପାଣି ମୁନେ୍ଦ ଠିକ୍ରେ ପାଇ ପାରୁନଥିବାରୁ ଝରଣା ହିଁ ସାହା ଭରସା ହୋଇଛି ।  ଆଶା ଓ ଅଙ୍ଗନବାଡି ସମସ୍ତେ ରଜ ମଉଜରେ ବ୍ୟସ୍ତ ଥିବାରୁ ଗାଁ ମାନଙ୍କରେ ହାଲୋଜେନ ବଟିକା ବଣ୍ଟନ ହେଉନାହିଁ । ଦାନଗଦୀ ବ୍ଲକ ରଣାଗୁଣ୍ଡି ପଞ୍ଚାୟତର ପାଞ୍ଚ ନମ୍ବର ୱାର୍ଡ ଦଳିତ ତଳସାହିରେ ୩୦ଟି ପରିବାର ଏପର୍ଯ୍ୟନ୍ତ ସରକାରୀ ସୁବିଧାରୁ ବଞ୍ଚôତ ଅଛନ୍ତି । ଚାରିପାଖରେ ଚାଷ ଜମି ମଝିରେ ଏହି ପୁରୁଣା ସାହିଟି କାହିଁ କେଉଁ ଅମଳରୁ ଅଛିା ଏହି ସାହିର ଲୋକମାନେ ଦିନ ମଜୁରିଆ ଭାବେ ନିଜର ପରିବାର ପ୍ରତିପୋଷଣ କରନ୍ତି ।ଏହି ସାହି ବାସିନ୍ଦା ପାନୀୟ ଜଳ ଭାବେ ବିଲ ମଝିରେ ଥିବା ଝରଣା ଉପରେ ନିର୍ଭର କରନ୍ତିା ସେଇ ଝରଣାରେ ଗାଧୁଆ ପାଧୁଆ କରନ୍ତି ପିଇବା ପାଇଁ ପାଣି ମଧ୍ୟ ନିଅନ୍ତି । ମହିଳା ଓ ଝିଅ ମାନେ ଗରା, ବାଲିଟିରେ ଧରି ସକାଳ ଓ ସନ୍ଧ୍ୟା ସମୟରେ ଏହି ଖୋଲା ଜଳଉତ୍ସରୁ ପାଣି ପାଇଁ ଭିଡ଼ ଲଗାନ୍ତି । ବଡ଼ ଆଶ୍ଚର୍ଯ୍ୟର କଥା ସେଇ ଗୋଟିଏ ଝରଣା ତୁଠରେ ଛେଳି, ଗାଈ, ଗୋରୁ, କୁକୁର ମଣିଷ ପାଣି ପିଉଛନ୍ତି ଓ ଗାଧୁଆ ପାଧୁଆ କରୁଛନ୍ତି । ତଳସାହିରେ ଯେଉଁ ଗୋଟିଏ ନଳକୂଅ ଅଛି ସେଥିରେ ଲୌହ ମିଶା ପାଣି ବାହାରୁ ଥିବାରୁ ଲୋକେ ସେ ପାଣିକୁ ବ୍ୟବହାର କରୁନାହାନ୍ତି । ତେଣୁ ବ୍ଲକରେ ଏବେ ହଇଜା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏତଳ ସାହି ବାସିନ୍ଦା ମାନଙ୍କୁ ବିଲ ମଝିରେ ଥିବା ଖୋଲା ପାଣି ବ୍ୟବହାର ନ କରିବା ପାଇଁ ସଚେତନ କରିବ କିଏ? । ଜିଲାପାଳ ହୁଅନ୍ତୁ କି ସ୍ୱାସ୍ଥ୍ୟ ବିଭାଗ ପାଖରେ ଏଖବର ଅଛି ତ? ଏଥିପ୍ରତି ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବିଭାଗ ଦୃଷ୍ଟି ଦେବା ସହ ଜଳ ଉତ୍ସ ଗୁଡିକୁ ବିଶୋଧନ କରିବା ଦରକାର ବୋଲି ସାଧାରଣରେ ଆଲୋଚନା ହେଉଛି ।