ଓପିଟିସିଏଲ୍ ଯନ୍ତ୍ରୀଙ୍କ କ୍ୟାଡର ପୁନଃଗଠନ ପ୍ରସ୍ତାବରେ ବିଳମ୍ବ

 ଭୁବନେଶ୍ୱର : ଦୀର୍ଘବର୍ଷଧରି ନିଗମ କତ୍ତୃପକ୍ଷ ଦ୍ୱାରା କ୍ରମାଗତଅବହେଳା ଓ ଉପେକ୍ଷାର ଶିକାର ହୋଇଆସୁଥିବା ଓଡିଶା ବିଦୁ୍ୟତ୍ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ୍ )ର ଯନ୍ତ୍ରୀ ସଂଘ ଭୁବନେଶ୍ୱର, ଅନୁଗୁଳ, ବ୍ରହ୍ମପୁର ଏବଂ ବାଲେଶ୍ୱର କ୍ଷେତ୍ରର ଆଞ୍ଚଳିକ କାର୍ଯ୍ୟକାରିଣୀ ବୈଠକ ଗତ ସପ୍ତାହରେ ଅନୁଷ୍ଠିତ ହୋଇଛି । ବୈଠକରେ ଯନ୍ତ୍ରୀଙ୍କ କ୍ୟାଡର ପୁନଃଗଠନ ପ୍ରସ୍ତାବରେ ନିଗମ କର୍ତ୍ତୃପକ୍ଷଙ୍କର କ୍ରମାଗତ ଉପେକ୍ଷା ଓ ଉଦାସୀନତାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା । ୨୦୨୨ ମସିହାରେ ଓଡିଶା ସରକାରଙ୍କର ଅଧୀନରେ ଥିବା ପ୍ରତ୍ୟେକ ବୈଷୟିକ ବିଭାଗର କ୍ୟାଡର ପୁନଃଗଠନ କାର୍ଯ୍ୟକାରୀ ହୋଇଥିବା ବେଳେ, ଓପିଟିସିଏଲ୍ ମାନବ ସମ୍ବଳ ବିଭାଗ ଏବଂ  ନିଦେ୍ର୍ଦଶକଙ୍କ ଚଞ୍ଚକତା ଯୋଗୁଁ ନିଗମର କ୍ୟାଡର ପୁନଃଗଠନ ପ୍ରସ୍ତାବ ଦୀର୍ଘଦୁଇ ବର୍ଷପରେ ଅସମ୍ପୂର୍ଣ୍ଣ ସ୍ୱରୂପରେ ଶକ୍ତି ବିଭାଗକୁ ପଠାଇଦିଆଗଲା, ଯାହାକି ୧୨ ମାସ ପରେ ମଧ୍ୟ ଶକ୍ତି ବିଭାଗରେ ବିଚାରାଧୀନ ଅଛି । ୨୦୨୪ ମସିହାରେ ପୁନର୍ବାର ଅନେକ ସରକାରୀ ବୈଷୟିକ ବିଭାଗମାନଙ୍କର କ୍ୟାଡର ପୁନଃଗଠନ ପ୍ରକ୍ରିୟା ଶେଷ ହୋଇଛି । ଏପରିକି ଶକ୍ତି ବିତରଣ ସଂସ୍ଥାର କ୍ୟାଡର ପୁନଃଗଠନ ପ୍ରସ୍ତାବ ଦୀର୍ଘ ବ୍ୟବଧାନ ପରେ ଆରମ୍ଭ ହୋଇ ମଧ୍ୟ ଅକ୍ଟୋବର ୨୦୨୪ ମସିହାରେ ଓଡିÿଶା ସରକାର ଏବଂ ବିଦୁ୍ୟତ୍ ନିୟାମକ ଆୟୋଗର ଅନୁମୋଦନ ସହିତ ବୋର୍ଡରେ ପାରିତ ହୋଇ କାର୍ଯ୍ୟକାରୀ ହୋଇଛି । ନିୟମ ଅନୁଯାୟୀ ସମସ୍ତ ନୀତି ପ୍ରଥମେ ଓପିଟିସିଏଲ୍ରେ କାର୍ଯ୍ୟକାରୀ ହେଲା ପରେ ଅନ୍ୟ ଶକ୍ତି ବିଭାଗ ନିଗମ ଗୁଡିକରେ ପ୍ରଣୟନ କରାଯାଏ । କିନ୍ତୁ ଏହି ବିଚୁ୍ୟତି ଓ ବିରୋଧାଭାଷ ନିଗମ କତ୍ତୃପକ୍ଷ ଏବଂ ବିଭାଗୀୟ ଶୀର୍ଷାଧିକାରୀମାନଙ୍କର ଉଦାସୀନତାକୁ ପ୍ରତିପାଦିତ କରୁଅଛି ଯାହାକି କର୍ମଚାରୀଙ୍କ ମନୋବଳକୁ ଆଘାତ କରୁଛି । ଏହା ଛଡା ସମ୍ପତି ବିମୁଦ୍ରିକରଣ, ଶୁଳ୍କ ଭିତ୍ତିକ ବିଡିଙ୍ଗ, ବିଦୁ୍ୟତ୍ ପ୍ରକଳ୍ପ ସୁପରିଚାଳନା ପରି ଅନେକ ସମସ୍ୟା ଉପରେ ଯନ୍ତ୍ରୀସଂଘ ନିଗମ କର୍ତ୍ତୃପକ୍ଷଙ୍କୁ ଆଲୋଚନା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏହି ପାତର ଅନ୍ତର ଯୋଗୁଁ ଏହା ଏକ ବଡ଼ ଆନେ୍ଦାଳନର ରୂପ ନେବ ବୋଲି ଯନ୍ତ୍ରୀ ସଂଘ କହିଛି । ଏହି ସମସ୍ୟାର ଆଶୁ ସମାଧାନ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।