ଓଳାଭର ସ୍କୁଲର ପ୍ରତିଷ୍ଠା ଦିବସ
ରାଜକନିକା: ରାଜକନିକା ବ୍ଲକ ଓଳାଭର ନୋଡାଲ ଉଚ୍ଚ ବିଦ୍ୟାଳୟର ୬୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳର ପୂରାତନ ଛାତ୍ର ସଂସଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯକ୍ରମରେ ଛାତ୍ର ସଂସଦ ସଭାପତି ରମାକାନ୍ତ ସାହୁ, ଉପସଭାପତି ସୁବାଷ ଦାସ, ପ୍ରଦୀପ ଦାସ, ସମ୍ପାଦକ ଗଙ୍ଗାଧର ଦାସ, କୋଷାଧ୍ୟକ୍ଷ ମିସ୍ ଡଲ୍ଲି, ସଦସ୍ୟ ଅଭିମନୁ୍ୟ ଲେଙ୍କା, ସୁଦର୍ଶନ ଦାସ, ପ୍ରବୀର୍ ପଣ୍ଡା, ଅକ୍ଷୟ ନାଥ, ରାଜେନ୍ଦ୍ର ରାଉତ, ମିହିର ଦାସ, ଗଦାଧର ଦାସଙ୍କ ସମେତ ପ୍ରଧାନଶିକ୍ଷକ ପରମାନନ୍ଦ ଦାସ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ