ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ର ଚଢ଼ାଉ : ୩୮୫ ଗ୍ରାମର ବ୍ରାଉନସୁଗାର ଜବତ
କଟକ : ବ୍ରାଉନସୁଗାର ବେପାର କରିବା ଅଭିଯୋଗରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ରବିବାର ଟାଙ୍ଗୀ ଥାନା ଅନ୍ତର୍ଗତ ଏନଏଚ ୧୬ ମଂଗୁଳି ଛକଠାରେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ଜିଲ୍ଲା ନାଲାକୋ ଅଂଚଳର ଜଗନ୍ନାଥ ଜେନା (୨୭) । ଅଭିଯୁକ୍ତ ନିକଟରୁ ଅବକାରୀ ବିଭାଗ ୩୮୫ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ଅବକାରୀ କମିଶନର ପି ଅନଭେସା ରେଡ଼ିଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ଫ୍ଲାଇଙ୍ଗସ୍କ୍ୱାର୍ଡ଼ ସୁପରିନଟେଣ୍ଡେଣ୍ଟ ତେଜରାଜ ଜାନୀଙ୍କ ନେତୃତ୍ୱରେ ଏକ ଅବକାରୀ ଫ୍ଲାଇଙ୍ଗ ଟିମ ଏନଏଚ ୧୬ ମଂଗୁଳି ଛକଠାରେ ଚଢ଼ାଉ କରିଥିଲା । ଏହି ସମୟରେ ବ୍ରାଉନସୁଗାର ରଖିବା ଓ ବ୍ୟବସାୟ କରିବା ଅଭିଯୋଗରେ ଅବକାରୀ ପୋଲିସ ଘଟଣା ସ୍ଥଳରୁ ବ୍ରାଉନସୁଗାର ବେପାରୀ ଜଗନ୍ନାଥ ଜେନାଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ନିକଟରୁ ଅବକାରୀ ପୋଲିସ ୩୮୫ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୮ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଚଢ଼ାଉରେ ପ୍ଲାଇଙ୍ଗ ସ୍କ୍ୱାର୍ଡ଼ ଏସଆଇ ବଳବୀର ଗଡ଼ନାୟକ, ଏଏସଆଇ ଅଜୟ ବେହେରା, ଏଏସଆଇ ଦୀଲିପ ନନ୍ଦ, କନେଷ୍ଟବଳ ରୋଜାଲିନ ପଟ୍ଟନାୟକ, କନେଷ୍ଟବଳ ରଣଜିତ ସାହୁ, କନେଷ୍ଟବଳ ଶଙ୍କର୍ଷଣ ସାହୁ ପ୍ରମୁଖ ସାମିଲ ଥିଲେ । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।