ବିଶ୍ୱ ମାନବାଧିକାର ଦିବସ ପାଳିତ

 ଜଟଣୀ: ଜଟଣୀ ରାଣୀପୁର ସ୍ଥିତ ବାପା ମା’ ସେବା ଶ୍ରମ ଓ ଇଣ୍ଡିଆନ ହୁ୍ୟମାନ ରାଇଟସ ଡ଼ିଫେଣ୍ଡର୍ସ ଜଟଣୀଙ୍କ ମିଳିତ ଆୟୋଜନରେ ବିଶ୍ୱ ମାନବାଧିକାର ଦିବସ ବାପା ମା ସେବଶ୍ରମ ଟ୍ରଷ୍ଟ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଟ୍ରଷ୍ଟର ଅନ୍ତେବାସୀ ଗଣ, ସ୍ଥାନୀୟ ଲୋକ, ଜଟଣୀର ବହୁ ବୁଦ୍ଧିଜିବୀ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜଟଣୀର ଦୁଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୁରକ୍ଷା ମଞ୍ଚ ଜଟଣୀ ଓ ସମ୍ଭାବନା ପରିବାର ଜଟଣୀ ତାଙ୍କର ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ଦିବସରେ ବହୁ ସମାଜସେବୀଙ୍କୁ ସାର୍ଟିଫିକେଟ ସହ ମଧ୍ୟ ସମ୍ମାନିତ କରାଯାଇଥିଲା । ଇଣ୍ଡିଆନ ହୁ୍ୟମାନ ରାଇଟସ ଡ଼ିଫେଣ୍ଡର୍ସର ରାଜ୍ୟ ଉପସଭାପତି ଅକ୍ଷାଂଶୁ ଶେଖର ନାୟକଙ୍କ ସଭାପତିତ୍ୱରେ ସଭାଟି ପରିଚାଳନା କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଜଟଣୀ ବାର ଆସୋସିଏସନର ସଭାପତି ଶରତ ଚନ୍ଦ୍ର ପାଇକରାୟ ଓ ସମ୍ମାନିତ ଅତିଥିଭାବେ ଜଟଣୀ ବାର ଆସୋସିଏସନର ସମ୍ପାଦକ ବ୍ରଜ ବନ୍ଧୁ ପ୍ରଧାନ, ପୂର୍ବତନ ସମ୍ପାଦକ ବିଜୟ ମହାପାତ୍ର ଓ ସଞ୍ଜୟ କୁମାର ମହାପାତ୍ର, ବେଣାପଞ୍ଜରୀ ପଂଚାୟତ ସମିତି ସଭ୍ୟ, ଇଣ୍ଡିଆନ ହୁ୍ୟମାନ ରାଇଟସ ଡ଼ିଫେଣ୍ଡର୍ସର ଜିଲ୍ଲା ସଭାପତି ତଥା ଶିକ୍ଷାବିତ ଭାବନା ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ମଞ୍ଚାସୀନ ଅତିଥିମାନେ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ବାପା ମା’ ସେବଶ୍ରମ ଟ୍ରଷ୍ଟର ଗୌତମ ମହାରଣା ଓ ସହଧର୍ମିଣୀ ଜ୍ୟୋତି ମହାରଣାଙ୍କୁ ମଧ୍ୟ ବହୁତ ଭୁରି ଭୁରି ପ୍ରଶଂସା କରିଥିଲେ । ଇଣ୍ଡିଆନ ହୁ୍ୟମାନ ରାଇଟସ ଡ଼ିଫେଣ୍ଡର୍ସ, ଜଟଣୀର ରାଜ୍ୟ ପରିଚାଳନା ସମ୍ପାଦକ ହବିବୁର ରେହେମାନ ଓ ରାଜା ୱେଲ ଫେୟାର ଟ୍ରଷ୍ଟର ଅଧକ୍ଷ ପରୱେଜ ହାଇଦର ଓ ବରିଷ୍ଠ ମାନବାଧିକାର କର୍ମୀ ତଥା ସମାଜସେବୀ ବୃନ୍ଦାବନ ସୁବୁଦ୍ଧି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।