ଭୁଲ ଇଞ୍ଜେକ୍ସନରୁ ରୋଗୀଙ୍କ ମୃତୁ୍ୟ, ତଦନ୍ତ ଆରମ୍ଭ

 ଭଣ୍ଡାରିପୋଖରୀ :  ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଦିନ କିଛି ନା କିଛି ପ୍ରାୟୋଜିତ ଅଘଟଣ ବା ତଦନ୍ତର ଖବରକୁ ନେଇ ଚର୍ଚ୍ଚାରେ ରହିଛି । ୧୩ ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା.କମଳାକାନ୍ତ ସ୍ୱାଇଁ ଏଠାରୁ ବଦଳି ନହେବାକୁ ଚଳାଇଥିବା ପ୍ରାଣମୂର୍ଚ୍ଛା ଉଦ୍ୟମ ସବୁ ଘଟଣା ଓ ଅଘଟଣର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି । ଏହି କ୍ରମରେ ଗତ ଅଗଷ୍ଟ ୧୩ ତାରିଖ ସନ୍ଧ୍ୟାରେ ରୋଗୀ ବିନୋଦିନୀ ରାଉତଙ୍କ ମୃତୁ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ ଚିକିସôା ଜନିତ ହୋଇଥିବା ଅଭିଯୋଗର ତଦନ୍ତ ମଙ୍ଗଳବାର ହୋଇଛି । ମୃତକଙ୍କ ସ୍ୱାମୀ ଅଶୋକ କୁମାର ରାଉତ ଗତ ୨୦ ତାରିଖରେ ଏ ସମ୍ପର୍କରେ ଡାକ୍ତର ସୁଧାଂଶୁ ବେହେରା ଓ ନର୍ସ ନିରୂପମା ମଲ୍ଲିକଙ୍କ ବିରୋଧରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ତଦନ୍ତ ଆଜି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିସôାଳୟ ଅଧିକ୍ଷକ ଡା.ମିନତୀଲତା ଦାସଙ୍କ ନେତୃତ୍ୱରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ମୀନକେତନ ମହାନ୍ତି, ହସପିଟାଲ ପରିଚାଳକ ଡା. ସମୀର ମହାପାତ୍ର ଓ ବରିଷ୍ଠ ଫାର୍ମାଶିଷ୍ଟ ରଜତ ସାହୁ ରୁଦ୍ଧଦ୍ୱାର ତଦନ୍ତ କରିଥିଲେ । ଅଭିଯୋଗକାରୀ ଓ ପରିବାର ସମେତ ଅବସରପ୍ରାପ୍ତ ଶିକ୍ଷକ ମୁକ୍ତିକାନ୍ତ ମହାନ୍ତି, ଚିକିସôା କରିଥିବା ଡାକ୍ତର ବେହେରା, ନର୍ସଙ୍କୁ ପଚରାଉଚରା କରିଥିଲେ । ତଦନ୍ତକାରୀ ଦଳ ତଦନ୍ତ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।