ଯୁବକ ସଂଘ ବାର୍ଷିକୋତ୍ସବ

ଭଣ୍ଡାରିପୋଖରୀ :  ମଣିନାଥପୁର ବାବା ଗୋପିନାଥ ଯୁବକ ସଂଘ ବାର୍ଷିକୋସôବ ସରସ୍ୱତୀ ପୂଜା ପାଳନ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସନ୍ଧ୍ୟାରେ ଉସôବକୁ ପ୍ରତାପ କୁମାର ବେଉରିଆ ଉଦଘାଟନ କରିବା ସହ ସ୍ୱର୍ଗତ ପ୍ରଶାନ୍ତ ବେଉରିଆଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଶୁକ୍ରବାର ସାମ୍ବାଦିକ ବିଶ୍ୱମ୍ଭର ରାଉତଙ୍କ ସଂଚାଳନାରେ ଅନୁଷ୍ଠିତ ଉସôବକୁ ସମାଜସେବୀ ଉମାକାନ୍ତ ବେଉରିଆ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ଅନାଦି ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅରବିନ୍ଦ ନାୟକ, ବ୍ରଜକିଶୋର ମଲ୍ଲିକ, ସୁଶାନ୍ତ ବରାଳ, ଲଳିତ ବେଉରିଆ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକତାବାଦର ପ୍ରଚାର ପ୍ରସାର ଦିଗରେ ଯୁବକ ସଂଘର ଉଦ୍ୟମ ସଫଳତା କାମନା କରିଥିଲେ । ସଂଘ ସଭାପତି ଅଜୟ ମହାଳିକ, ଉପସଭାପତି ସୁଧାଂଶୁ ବେଉରିଆ, ସମ୍ପାଦକ ବିବେକାନନ୍ଦ ମଲ୍ଲିକ ଉସôବ ପରିଚାଳନା କରିଥିଲେ । ଏହି ଅବସରରେ କଟକ ମେଲୋଡି ସଙ୍ଗୀତ ଓଡିଶା ପକ୍ଷରୁ ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ସାଥି ସଙ୍ଗୀତ ପରିବେଷଣ କରିଥିଲେ ।