ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା ସଭା
ବେତନଟୀ/ବୈଶିଙ୍ଗା : ବେତନଟୀ ବ୍ଲକ ଓଷ୍ଟା ସଂଘ ଦ୍ୱାରା ବାଲକା ହାଇସ୍କୁଲରେ ଚଳିତ ବର୍ଷ ଦଶମ ପରୀକ୍ଷାରେ ଏ୧ ଗ୍ରେଟ୍ ପାଇ କୃତକାର୍ଯ୍ୟ ହୋଇଥିବା ବ୍ଲକ୍ର ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବେତନଟୀ ବ୍ଲକ ଓଷ୍ଟା ସଂଘର ସଭାପତି ଶିଶିର ନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବେ ବେତନଟୀ ବ୍ଲକ୍ ଶିକ୍ଷା ଅଧିକାରୀ ବିପ୍ଳବ କର,ଏମ୍ପିସି ହାଇସ୍କୁଲର ପ୍ରଧାନଶିକ୍ଷକ ଅର୍ଜୁନ ସିଂ, ଜିଲ୍ଲା ଓଷ୍ଟା ସମ୍ପାଦକ କିଶୋର ଆଚାର୍ଯ୍ୟ, ପୂର୍ବତନ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ରମାକାନ୍ତ ମହାନ୍ତି, ରଘୁନାଥ ହାଇସ୍କୁଲ ପ୍ରଧାନଶିକ୍ଷକ ଅଜିତ ଜେନା, ବାଲକା ହାଇସ୍କୁଲ ପ୍ରଧାନଶିକ୍ଷକ ରଞ୍ଜନ ବାରିକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଏ୧ରେ କୃତିତ୍ୱ ହାସଲ କରିଥିବା ପ୍ରିୟଙ୍କା ମହାପାତ୍ର, ସ୍ରେୟମ ସାହୁ, ଅଲିଭା ରାଉତ, ଲିପ୍ସିତା ପରିଡ଼ା, ଲଲାଟେନ୍ଦୁ ମହାନ୍ତି, ଓମ୍ ପ୍ରକାଶ ପୃଷ୍ଟି, କ୍ରିସ ଗୁପ୍ତା, ଅଙ୍କିତ ମିଶ୍ର, ସୁଭମ ଓଝା, ଧର୍ମଜୟ ରାଉତଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଓଷ୍ଟା ବ୍ଲକ୍ ସମ୍ପାଦକ ସୁର୍ଯ୍ୟାନନ୍ଦ ନାୟକ, ଉପସଭାପତି ପ୍ରକାଶ କେଶରୀ ପ୍ରଧାନ, ସହସମ୍ପାଦକ ଧିରେନ୍ଦ୍ର ପ୍ରଧାନ, ଭବାନୀ ବାଗ, ନିହାର କାନ୍ତି ବେହେରା, ସ୍ନେହଲତା ରାଉତ, ଶୁଶାନ୍ତ ପଣ୍ଡା, ପର୍ଶୁରାମ ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ନିରଞ୍ଜନ ବେତ ଧନ୍ୟବାଦ ଅର୍ପଣ କରିଥିଲେ ।