ବିଜେଡ଼ିରେ ମିଶିଲେ ଆଲେକ୍ସ

ବ୍ୟାସନଗର : ମଙ୍ଗଳବାର ସନ୍ଧ୍ୟାରେ ବିଜେପିରୁ ଇସ୍ତଫା ଦେଇଥିବା ଯୁବ ନେତା ଆଲେକ୍ଜାଣ୍ଡାର ଦାସ ବୁଧବାର ବିଜେଡ଼ିରେ ମିଶିଛନ୍ତି । ଦଳବଳ ନେଇ ଆଲେକ୍ସ ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଆଲେକ୍ସ ବିଜେଡ଼ିରେ ଯୋଗ ଦେଇଥିବା ବେଳେ ତାଙ୍କୁ ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ଆଲେକ୍ସଙ୍କ ସହ ପ୍ରାକ୍ତନ ବ୍ୟାସନଗର ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ, ବଳରାମ ସାହୁ, ମନୋଜ ଦାସ, ଆଲୋକ କର, ଧନଞ୍ଜୟ ସାହୁଙ୍କ ସହ ଶତାଧିକ ସହକର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ । ଆଲେକ୍ସ ଓ ତାଙ୍କ ସହଯୋଗୀ ବିଜେଡ଼ିରେ ଯୋଗ ଦେବା ପରେ କୋରେଇରେ ଦଳର ଶକ୍ତି ବୃଦ୍ଧି ଘଟିବ । କୋରେଇ ବିଧାନସଭା ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସ ଏବଂ ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀଙ୍କ ପାଇଁ ସେ ଏବଂ ତାଙ୍କ ସହଯୋଗୀ ମନପ୍ରାଣ ଦେଇ କାର୍ଯ୍ୟ କରିବୋଲି ଆଲେକ୍ସ କହିଥିଲେ । ସୂଚନା ଥାଉକି ଆଲେକ୍ସ ମଙ୍ଗଳବାର ଜିଲାା ସଭାପତି ଗୌତମ ରାୟଙ୍କ ବିରୁଦ୍ଧରେ ଗର୍ଜନ କରି ବିଜେପିରୁ ଇସ୍ତଫା ଦେଇଥିଲେ । ଆଲେକ୍ସ ବିଜେପିରୁ ଲଢିବା ପାଇଁ ଆଶାୟୀ ରହିଥିଲେ ହେଁ ଦଳ ତାଙ୍କ ବଦଳରେ ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ସେବେ ଠାରୁ ଆଲେକ୍ସ କୈାଣସି ବଡ଼ ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।