କଂଗ୍ରେସ ଭବନରେ ଆମ୍ବେଦକର ଜୟନ୍ତୀ
ଭୁବନେଶ୍ୱର : ଭାରତର ସମ୍ବିଧାନ ପ୍ରଣେତା ଭାରତ ରନô ଡଃ. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ଭୁବନେଶ୍ୱର ଏଜି ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ସ୍ୱର୍ଗତ ଆମ୍ବେଦକରଙ୍କ ଉଦେ୍ଦଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଦାସ କହିଛନ୍ତି ଭାରତୀୟ ସମ୍ବିଧାନର ରଚୟିତା ଡଃ. ଭୀମରାଓ ଆମ୍ବେଦକରଙ୍କର ସଂଘର୍ଷମୟ ଜୀବନ କଥା ଓ ଜୀବନ ଦର୍ଶନ ରାଜନୀତି ଓ ସମାଜସେବା କ୍ଷେତ୍ରରେ କାର୍ଯ୍ୟକରୁଥିବା ସମସ୍ତଙ୍କ ପାଇଁ ପାଥେୟ । ମହିଳାମାନଙ୍କର ଶିକ୍ଷା, ସୁରକ୍ଷା, ସ୍ୱାବଲମ୍ବନ ଏବଂ ଅର୍ଥନୈତିକ ଉନ୍ନତିପାଇଁ ଆମ୍ବେଦକରଜୀ ଅଧିକ ଗୁରୁତ୍ୱ ଦେଉଥିଲେ । ଆଜି ଓଡ଼ିଶାରେ ମହିଳା ଉପେକ୍ଷିତା, ଅତ୍ୟାଚାରିତା ଓ ଦୁଷ୍କର୍ମପୀଡ଼ିତା । ୬୪ ହଜାର ମହିଳା ନିଖୋଜ । ଆମ୍ବେଦକର ସମସ୍ତ ଭାରତୀୟ ଶିକ୍ଷିତ ହେବାପାଇଁ ସ୍ୱପ୍ନ ଦେଖୁଥିଲେ ।