ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର
ବାଲେଶ୍ୱର: ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିସôାଳୟ ସମେତ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ନୀଳମଣି ମହାବିଦ୍ୟାଳୟ, ରୁପ୍ସା ଓ ଶାନ୍ତିଲତା ମହିଳା ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଜିଲ୍ଲାର ମୁଖ୍ୟ ଚିକିସôାଳୟରେ ଆୟୋଜିତ ଶିବିରରେ ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପରିଷଦ ନାରାୟଣ ପ୍ରଧାନ, ପୌରପାଳିକା ସବିତା ସାହୁ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଚିକିସôାଧିକାରୀ ଡ଼. ସୁଶାନ୍ତ କୁମାର ନାୟକ, ସାଇକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ସ୍ୱଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଏହି ରକ୍ତଦାନ ଶିବିରରେ ମୋଟ ୩୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱଚ୍ଛାସେବୀ ସଂଗଠନଗୁଡ଼ିକର ମିଳିତ ପ୍ରୟାସକୁ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ସମାଜରେ ରକ୍ତଦାନ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇବା ସହିତ ଜରୁରୀ ଆବଶ୍ୟକତା ସମୟରେ ରୋଗୀମାନଙ୍କ ପାଇଁ ରକ୍ତର ଉପଲବ୍ଧତା ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି । ଜିଲ୍ଲାପାଳ ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଏଭଳି ଆୟୋଜନକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଝାରସୁଗୁଡା: ଏପ୍ରିଲ ପହିଲାରୁ ୧୪ତାରିଖ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ ହେଉଅଛି । ଆଜି ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡ. ସ୍ନେହଲତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଝାରସୁଗୁଡ଼ା ବ୍ଲଡ଼ବ୍ୟାଙ୍କ ମୁଖ୍ୟ ଡ଼ା. ସିଲୱନ୍ତି ଯୋଜୋ ଓ ଅନ୍ୟ ବ୍ଲଡବ୍ୟାଙ୍କ କର୍ମଚାରୀଙ୍କ ସହଯୋଗରେ ମହାବିଦ୍ୟାଳୟ ଠାରେ ୪୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ସଂଯୋଜକ ଡ. ମନୀଷ କୁମାର ଦ୍ୱିବେଦୀ, ଜାତୀୟ ସେବାସଂସ୍ଥା ମୁଖ୍ୟ ଡ. ଲାଲଧାରୀ ସିଂ, ଏନସିସି ଅଫିସର୍ ଅଧ୍ୟାପକ ତପନ ସାହୁ, ଲେଫ୍ଟନାଣ୍ଟ ମାନସ ରଞ୍ଜନ ଆଚାର୍ଯ୍ୟ, ଡ. ଉଦ୍ଧବ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀଙ୍କ ସହିତ ଛାତ୍ରୀମାନେ ରକ୍ତଦାନ କରିଥଲେ । କାର୍ଯକ୍ରମର ସଫଳତା ପାଇଁ ଅଧ୍ୟକ୍ଷା ଡ. ସ୍ନେହଲତା ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ନବରଙ୍ଗପୁର: ନବରଙ୍ଗପୁର ସହର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିସôାଳୟ ଠାରେ "ଓଡିଆ ପକ୍ଷ’ ପାଳନ ଉପଲକ୍ଷେ ଏକ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅଭିଯାନରେ ମୋଟ ୧୮ ଜଣ ସ୍ୱଚ୍ଛାସେବୀ ରକ୍ତଦାତା ୧୮ ୟୁନିଟ ରକ୍ତ ଦାନ କରିଥିଲେ ଏବଂ ସେଭଳି ସେଭଳି ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମରେ ମୋଟ ୩୧ ଜଣ ସ୍ୱଚ୍ଛାସେବୀ ରକ୍ତଦାତା ୩୧ ୟୁନିଟ୍ ରକ୍ତଦାନ କରିଥିଲେ । ସ୍ୱଚ୍ଛାସେବୀମାନଙ୍କୁ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଚ୍ଛାସେବୀ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଭଳି ଏକ ମହତ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡ. ସନ୍ତୋଷ କୁମାର ପଣ୍ଡା, ଡ. ନବକିଶୋର ବେହେରା, ସୁଶାନ୍ତ କୁମାର ପ୍ରହରାଜ, ଘାସିଆ ହରିଜନ, ଏନ୍ ଅରୁଣ ସ୍ୱାଇଁଙ୍କ ସମେତ ଚିକିସôାଳୟ କର୍ମଚାରୀ ଉପସ୍ଥିତ ଥିଲେ । ରକ୍ତଦାତାମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡ. ପଣ୍ଡା ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ।
ମାଲକାନଗିରି: ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସରେ ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ରେଡ଼କ୍ରସ ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏଫଏଲସି ହଲଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯେ୍ୟାଧନ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ଓ ଡେପୁଟି କଲେକ୍ଟର ଉମା ପ୍ରସାଦ ଦାସ ଉପସ୍ଥିତ ଥିଲେ । ରକ୍ତ ଭଣ୍ଡାର ତରଫରୁ ଡ଼ା ସାଗର କୁମାର ବାଲା, ଲ୍ୟାବ ଟେକ୍ନିସିଆନ ସୁଜନ କୁମାର ରୟ, ନର୍ସିଂ ଅଫିସର ଏନ ସୁବର୍ଣ୍ଣାଙ୍କ ସମେତ ସେବିକା ମାନେ ଉପସ୍ଥିତ ଥିଲେ । ମାଲକାନଗିରି ମହାବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ଆଇଟିଆଇର ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସମେତ ପୁଲିସ, ବିଏସଏଫ ଓ ସରକାରୀ କର୍ମଚାରୀ ଆଜିର ଶିବିରରେ ରକ୍ତଦାନ କରିଥିଲେ । ଜିଲ୍ଲାପାଳଙ୍କ ଜରୁରୀକାଳୀନ ବିଭାଗ ପକ୍ଷରୁ ସହାୟକ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା, କୁନା ନାୟକ, ଲିପ୍ସାରାଣୀ ଦାସ ଓ ପ୍ରମିଳା ଶବର ଶିବିର ଆୟୋଜନ କରିବାରେ ସହଯୋଗ କରିଥିଲେ ।
ରାଜକନିକା: ଓଲାଭର କଲେଜର ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ରକ୍ତଦାନ ଦିବସ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ହଳଧର ବେହେରାଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ଓ ପ୍ରଶାସନର ଅନ୍ୟାନ୍ୟ ସଦସ୍ୟଙ୍କ ସହଯୋଗ ସମର୍ଥନରେ ପରିଚାଳିତ ହୋଇଥିଲା । ରକ୍ତଦାନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା, ଏହାର ଜୀବନ ରକ୍ଷାକାରୀ ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦେବା ଏବଂ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ରକ୍ତର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବାରେ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନକୁ ଏହି ରାଲିର ଲକ୍ଷ୍ୟ ଥିଲା । କଲେଜ କ୍ୟାମ୍ପସରୁ ରାଲି ଆରମ୍ଭ ହୋଇଥିଲା, ଯେଉଁଥିରେ ଏନଏସଏସ, ଯୁବ ରେଡକ୍ରସର ଛାତ୍ର, ଅଧ୍ୟାପକ ଓ ସ୍ୱଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ ବ୍ୟାନର ଓ ପୋଷ୍ଟର ଧରି "ରକ୍ତ ଦାନ କରନ୍ତୁ, ଜୀବନ ରକ୍ଷା କରନ୍ତୁ' ସ୍ଲୋଗାନ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଅଧ୍ୟାପକ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ଅନନ୍ତ ଚରଣ ସାହୁ, ସସ୍ମିତା ବିଶ୍ୱାଳ ଓ ମହେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।