ଓଡ଼ିଆ ପକ୍ଷ ପାଳିତ
କଣାସ : କଣାସ ପଞ୍ଚାୟତ ସମିତିସଭା ଗୃହରେ ଆଜି ଓଡିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟିଏ ପାଳିତ ହୋଇଯାଇଛି । ଏହି ସଭାରେ ମଣ୍ଡଳ ଉନ୍ନୟନ ଅଧିକାରୀ ସୌମ୍ୟରଞନ ସ୍ୱାଇଁ, ଅତିରିକ୍ତ ବିଡିଓ ମଙ୍ଗଳସିଂହ ହେମ୍ବ୍ରମ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଭିମନୁ୍ୟ ଜୟସିଂହ, ସହକାରୀ ଯନ୍ତ୍ରୀ ସାତ୍ୟକ ମିଶ୍ର ଯୋଗଦେଇ ଓଡିଆ ପକ୍ଷ ପାଳନ ତଥା ଲୋକକଲା ପାଇଁ ଦିନଟିଏ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହିତ ୨୬ ଜଣ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।