ହଂସୁଆ କଳାପ୍ରତିଷ୍ଠାନର ନୃତ୍ୟ ପ୍ରଦର୍ଶନ

ରାଜନଗର: ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପରେ ଶ୍ରୀରାମନବମୀ ଅବସରରେ ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ନୃତ୍ୟ ବିଚିତ୍ରା ପ୍ରଦର୍ଶନ କରାଯାଇଥିଲା  । ଓଡ଼ିଶୀ, ସମ୍ବଲପୁରୀ ଓ ଲୋକନୃତ୍ୟ ଆଦି ପ୍ରଦର୍ଶନ କରାଯାଇଥିଲା । ଏଥରେ ବିଶ୍ୱରୂପା ବେହେରା, ସଲୋନୀ ଘଡାଇ, ଅଙ୍କିତ ପ୍ରିୟଦର୍ଶିନୀ ରାଉତ, ଲୋପାମୁଦ୍ରା ଧଳ, ରୂପାଲି ରାଉତ, ଅର୍ଚ୍ଚିତା ପ୍ରଧାନ, ସାଇ ରାମ୍ ସାହୁ, ରାକେଶ ରାଉତ, ମାନିନୀ ସେଠୀ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ । ନୃତ୍ୟ ଗୁରୁମା ରୂପଶ୍ରୀ ରାଉଳ ଓ ବିଶ୍ୱଜିତ କୁଣ୍ଡ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା କବି ଶତୃଘନ ତରାଇ, ପ୍ରଫୁଲ୍ଲ କୁମାର ଦାସ, ସଚ୍ଚିନ ଦାସ୍ ପ୍ରମୁଖ ସହଯୋଗ କରିଥିଲେ । ରାଜନଗର ବଣିକ ସଂଘ ତରଫରୁ ଶଙ୍କର୍ଷଣ ମିଶ୍ର, ମୃତୁ୍ୟଞ୍ଜୟ ମିଶ୍ର, ଅନିରୁଦ୍ଧ ପରିଡା, ପ୍ରେମାନନ୍ଦ ଲେଙ୍କା ପ୍ରଭୃତି ସହଯୋଗ କରିଥିଲେ  ।