ଦାୟିତ୍ୱ ନେଲେ  ଭିସୁଟ୍ର ନୂତନ କୁଳପତି

 ଭୁବନେଶ୍ୱର: ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ନୂତନ କୁଳପତି ଭାବରେ ପ୍ରଫେସର ଡ.  ଦୀପକ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଭାରପ୍ରାପ୍ତ କୁଳପତି ପ୍ର. ବିଭୂତି ଭୂଷଣ ପତିଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ସମୟରେ ପ୍ର. ଶରତ ଚନ୍ଦ୍ର ସ୍ୱାଇଁ, କୁଳସଚିବ ପ୍ରଦୀପ ଡାଙ୍ଗ, ବିତ୍ତ ନିୟନ୍ତ୍ରକ ତୁଲାରାମ କଲେତ, ଦେବଦତ୍ତ ମିଶ୍ର, ସଞ୍ଜୟ ଅଗ୍ରୱାଲ, ପ୍ରିୟ ରଞ୍ଜନ ମହାପାତ୍ର, ଜୟଦେବ ରଣା  ପ୍ରମୁଖ ଉପସ୍ଥିତ ଥିଲେ । ଭିସୁଟ୍ରେ ଗବେଷଣା ଓ ଅନ୍ୱେଷଣକୁ ପ୍ରୋସôାହନ, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗିତା, ଷ୍ଟାର୍ଟଅପ୍କୁ ଗରୁତ୍ୱ ଦିଆଯିବ ବୋଲି ପ୍ର. ସାହୁ କହିଛନ୍ତି । ସେ ଭୁବନେଶ୍ୱର ଓୟୁଟିଆର୍ରୁ କୃତ୍ତିତ୍ୱର ସହିତ ଇଞ୍ଜିନିୟରିଙ୍ଗ ଡିଗ୍ରୀ ହାସଲ କରିବା ପରେ ଭିସୁଟ୍ରେ ଅଧ୍ୟାପନା କରିଥିଲେ । ସେ କଟକର ମାର୍ଥାପୁର ହାଇସ୍କୁଲ୍ରେ ପଢିବା ପରେ ଅନଗୁଳ ହାଇସ୍କୁଲ୍ରୁ କୃତ୍ତିତ୍ୱର ସହିତ ଦଶମ ବୋର୍ଡରେ ଉତ୍ତୀର୍ଣ୍ଣ ହୋଇଥିଲେ ।