ସରପଞ୍ଚଙ୍କ ଘରକୁ ବୋମା ମାଡ

ସରପଞ୍ଚଙ୍କ ଘରକୁ ବୋମା ମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବ୍ଲକ୍‌ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼ । ରାଜନୈତିକ ଶତ୍ରୁତା ନା ବୋମା ମାଡ଼ ପଛରେ ଆଉ କିଛି କାରଣ ରହିଛି ସ୍ପଷ୍ଟ ତାହା ହୋଇପାରିନାହିଁ । ଗ୍ରାମରେ ଅଶାନ୍ତ ବାତାବରଣ ଥିବାରୁ ୩ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି । 
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼ ହୋଇଥିଲା ।  କିଛି ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ଗ୍ରାମରେ ଆତଙ୍କ ଖେଳିଯାଇଥିଲା । ତେବେ କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି, ତାହା ଅସ୍ପଷ୍ଟ ରହିଛି । ପାର୍ବଣ ସମୟରେ ଏଭଳି ଘଟଣା  ଆତଙ୍କ ଖେଲାଇଛି । ଗ୍ରାମରେ ଅଶାନ୍ତ ବାତାବରଣ ଥିବାରୁ ୩ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି । ଗ୍ରାମରେ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏଭଳି ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିଛି ।