ଓଡ଼ିଶାରେ ସିଆଇଏସ୍ଏଫ୍ କୋଷ୍ଟାଲ୍ ସାଇକ୍ଳୋଥନ୍

 ଭୁବନେଶ୍ୱର  : ଉପକୂଳ ସୁରକ୍ଷା ଏବଂ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିବା ଉଦେ୍ଦଶ୍ୟରେ ଆରମ୍ଭ ହୋଇଛି ସିଆଇଏସଏଫ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ୨୦୨୫ । ଏହି ସାଇକେଲ ଯାତ୍ରା ମାର୍ଚ୍ଚ ୯ ତାରିଖରେ ଓଡ଼ିଶାର ଚାନ୍ଦିପୁରରେ ପହଞ୍ଚିଛି । ଯାହା ଭାରତର ଉପକୂଳରେ ଏହାର ୬,୫୫୩ କିଲୋମିଟର ଦୀର୍ଘ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ପଶ୍ଚିମବଙ୍ଗର ବଖାଲି ବେଳାଭୂମିରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଦକ୍ଷିଣ ଦିଗକୁ ଗତି କରୁଥିବା ବେଳେ ସ୍ଥାନୀୟ ଲୋକ ସରକାରୀ ଅଧିକାରୀ ଓ ସୁରକ୍ଷା ଏଜେନ୍ସିମାନଙ୍କ ପକ୍ଷରୁ ଏହା ପ୍ରତି ଉସôାହଜନକ ପ୍ରତିକ୍ରିୟା ମିଳିଛି । ୮ ଜଣ ମହିଳାଙ୍କ ସମେତ ମୋଟ ୫୦ ଜଣ ସାଇକେଲ ଚାଳକଙ୍କୁ ନେଇ ଗଠିତ ପୂର୍ବତଟ ଟିମ୍ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଦେଇ ମୋଟ ୨୭୭୮ କିଲୋମିଟର ଦୂରତା ଅତିକ୍ରମ କରିବ । ଏହି ଯାତ୍ରା ମାର୍ଚ୍ଚ ୩୧ରେ କନ୍ୟାକୁମାରୀସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକୀରେ ଶେଷ ହେବ । ବାଟରେ ସେମାନେ ମସô୍ୟଜୀବୀ, ସ୍ଥାନୀୟ ଯୁବକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ଉପକୂଳ ସୁରକ୍ଷା ଓ ଜାତୀୟ ନିରାପତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି । ସେମାନଙ୍କ ଯାତ୍ରା ସଂକଳ୍ପ ଏବଂ ଦଳଗତ କାର୍ଯ୍ୟର ପ୍ରମାଣ, ଯାହା ଭାରତର ଉପକୂଳକୁ ସୁରକ୍ଷା ଦେବା ପାଇଁ ସିଆଇଏସ୍ଏଫ୍ର ପ୍ରତିବଦ୍ଧତାକୁ ଦୃଢ଼ କରିଛି । ସିଆଇଏସ୍ଏଫ୍ ସାଇକେଲ ଚ୍ାଳକମାନେ ଚାନ୍ଦିପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ, ସ୍କୁଲ ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସମୁଦ୍ର ଜଳ ପଛକୁ ଫେରିବା ଏବଂ ପ୍ରତିରକ୍ଷା ପରୀକ୍ଷଣ ସ୍ଥଳ ଭାବେ ଏହାର ଭୂମିକା ପାଇଁ ଜଣାଶୁଣା ଏହି ସହରରେ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସାଇକେଲ ଚାଳକ ଏବଂ ସେମାନଙ୍କ ମିଶନକୁ ସମ୍ମାନ ଦେବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଏକତ୍ରିତ ହୋଇଥିବାବେଳେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ, ପାରମ୍ପରିକ ନୃତ୍ୟ ଏବଂ ଦେଶାତ୍ମବୋଧକ ଗୀତ ଉସôାହକୁ ଆହୁରି ବଢାଇ ଦେଇଥିଲା ।
ମାର୍ଚ୍ଚ ୧୦ ତାରିଖରେ ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ, ବାଲେଶ୍ୱର ଡିଏଫ୍ଓ ଖୁଶୱନ୍ତ ସିଂହ ଏବଂ ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ସତ୍ୟବୀର ସିଂହ ଆସୱାଲଙ୍କ ଉପସ୍ଥିତିରେ ଏହି ଟିମଙ୍କୁ ଚାନ୍ଦିପୁରରୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ସାଇକେଲ ଚାଳକମାନେ ଏବେ ୯୮ କିଲୋମିଟର ଦୂରତା ଅତିକ୍ରମ କରି କୈଥକୋଲା ଅଭିମୁଖେ ଯାଉଛନ୍ତି ।