ଭଦ୍ରକ ସ୍ୱାଭିମାନ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସଭା
ଭଦ୍ରକ : ଭଦ୍ରକ ପୁରୁଣା ବଜାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ସ୍ୱାଭିମାନ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଛି । ଗତ ୬ ତାରିଖରେ ପବିତ୍ର ମହରମ ପର୍ବ ଶାନ୍ତି ଓ ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା । ଡିଜେ ସାଉଣ୍ଡକୁ ନିଷେଦ୍ଧ କରି ଭଦ୍ରକର ୪୦ଟି କାଫେଲା ସହର ପରିକ୍ରମା କରି ନଂଘା ମହଲ୍ଲା ମସଜିଦ ସାମ୍ନାରେ ଓ ମଦିନା ମଇଦାନ ରେ ପହଂଚିଥିଲେ ଓ ଏହି ଆୟୋଜକ ସଭାରେ ଭଦ୍ରକର ସମସ୍ତ ମସଜିଦର ମୌଲାନା ମାନେ ଯୋଗଦାନ କରିଥିଲେ । ଏବଂ ଜାମା ମସଜିଦର ଇମାମ ମହମ୍ମଦ ସାଦିକ ହୋସେନଙ୍କ କୋରାନ ତିଲାୱତରୁ ଓ ସ୍ୱାଭିମାନ ମଞ୍ଚର ସଭାପତି ଶେଖ ତାହେର ମହମ୍ମଦଙ୍କ ସଂଚାଳନରୁ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଅଡିନାସନାଲ ଏସ୍ପି ଡିଆଇବି ଅଂଶୁମାନ ଦ୍ୱିବେଦୀ, ସମ୍ମାନିତଅତିଥି ପୁରୁଣା ବଜାର ଥାନା ଅଧିକାରୀ ଶୁଶାନ୍ତ ସାହୁ, ଟାଉନଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର , ଗ୍ରାମାଞ୍ଚଳ ଥାନା ଅଧିକାରୀ ଦୟାନିଧି ଦାସ, ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ଭଦ୍ରକ ମୁସଲିମ ଜମାତ ଉପସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜି ଶେଖ ଇନାମ ମହମ୍ମଦ, ଟୋକା ଗଣେଷର ସଭାପତି ହରୀ ନନ୍ଦୀ, ବୁଢା ଗଣେଷର ସଭାପତି ଅଜୟ ସାହୁ ଓ ହାଜି ଇଂ. ମନାୱର ହୋସେନ ଯୋଗଦାନ କରିଥିଲେ । ଭଦ୍ରକର ପ୍ରତ୍ୟେକ ପର୍ବ ପର୍ବାଣୀରେ ଏକ ହୋଇ ହିନ୍ଦୁ ଓ ମୁସଲମାନର ଭାଇଚାରା ଅତୁଟ ରହିଛି ଏବଂ କେତେ ଗୁଡିଏ କବିତା ପଢି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ । ଅତିଥିଦ୍ୱାରା ସ୍ପେସିଆଲ ବ୍ରାଞ୍ଚର ଆବିଦ ହୋସେନ, ମୁସଲିମ ଜମାତର ପ୍ରିଣ୍ଟ ମିଡିଆ ସଂଯୋଜକ ଶେଖ ଅନୱର, ଶେଖ ଆମିର, ମୁସଲିମ ଜମାତର ଛଟିଆ ଲୋକମାନ ଖାନ, ଏମ୍ଏସ୍ଏଫ୍ ସଭାପତି ଶେଖ ଇମଦାଦ ଏବଂ ସମସ୍ତ ବସ୍ତିର ସରଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଓସୀମ ଅଖତର ଖାନ, ଯୁଗ୍ମ ସମ୍ପାଦକ ଯହିରୁଦ୍ଦିନ ଖାନ, କୋଷାଧ୍ୟକ୍ଷ ଶେଖ ଜଲାଲ, ଶେଖ କଲାମ, ୟାସିନ ଖାନ, ହସନ ଖାନ, ଶେଖ ସାବିର ଓ ଶେଖ ରାଜୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଉପସଭାପତି ସୁରେଶ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।