ପାଣିକୁ ଖସିଗଲା ଫଳ ବୋଝେଇ ଟ୍ରକ ଡାଲା
ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଡାହାଲା ନିକଟ ମହାନ୍ତିପୋଲକୁ ଧକ୍କା ଦେଇ ଏକ ଫଳ ବୋଝେଇ ଟ୍ରକ ଡାଲା ୨୦ ଫୁଟ ଗଭୀର ପାରି ଭିତରକୁ ପଡିଯାଇଥିବା ବେଳେ ଫଳକୁ ଲୋକେ ବୋହି ନେଇଯାଇଥିବା ଜଣାଯାଇଛି । କୋଲକୋତାରୁ ସେଓ ପରିବହନ କରି ବିଶାଖାପାଟଣା ଯାଉଥିବା ୟୁପି-୮୨-ଟି-୩୨୬୦ନଂ ଟ୍ରକ ଯାଉଥିବା ବେଳେ ଭୋର ୪.୩୦ମି. ସମୟରେ ଚାଳକ ନିଦ୍ରାଗ୍ରସ୍ତ ହୋଇ ମହାନ୍ତିପୋଲ ବାଡକୁ ଧକ୍କା ଦେଇଥିଲା । ଫଳରେ ସେଓ ବୋଝେଇ ହୋଇଥିବା ଟ୍ରକର ଡାଲା ଟ୍ରକରୁ ବାହାରି ଯାଇ ୨୦ ଫୁଟ ଗଭୀର ପାଣିରେ ପଡିଥିଲା । ଟ୍ରକ ଚାଳକ ସୁରକ୍ଷିତ ଥିବା ବେଳେ ହେଲପର ସାମାନ୍ୟ ଆହତ ହୋଇଥିଲେ । ପାଣିରେ ଭାସୁଥିବା ସେଓ ପେଟିକୁ ଲୋକେ ବୋହି ନେଇ ଯାଇଥିବା ଜଣାଯାଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି । ଫଟୋ-ଟ୍ରକ ଦୁର୍ଘଟଣା ।