କେରଳରୁ ଆସିଲା ଶ୍ରମିକଙ୍କ ମର ଶରୀର
ଭଦ୍ରକ : କେରଳ ଏର୍ଣକୁଲମ୍ର ଏକ କଂପାନୀକୁ କାର୍ଯ୍ୟ କରିବାକୁ ଯାଇଥିବା ଭଦ୍ରକ ବ୍ଲକର ପାନିଭଣ୍ଡାର କେଶପର୍ ନିବାସୀ,ପ୍ରବାସୀ ଓଡ଼ିଆ ଶ୍ରମିକ ସ୍ୱର୍ଗତ ଇତିଶ୍ରୀ ମଲ୍ଲିକଙ୍କର ମରଶରୀର ପହଞ୍ଚିଛି । ସରକାରଙ୍କ ତରଫରୁ ମଧ୍ୟ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶ୍ରମ ଆୟୁକ୍ତ ନିଦେ୍ର୍ଦଶ କ୍ରମେ ଓ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ପ୍ରେମ ମଞ୍ଜରୀ ନାୟକଙ୍କ ପ୍ରଚେଷ୍ଟାରେ ଇତିଶ୍ରୀଙ୍କ ମରଶରୀରକୁ ତାଙ୍କ ଭଉଣୀ ମାମାଲି ମଲ୍ଲିକ ଓ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛଇ । ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଅଗ୍ରୀମ ୪୯୫୦୦/- ଟଙ୍କା ସହାୟତା ରାଶି ପ୍ରଦାନ ପାଇଛନ୍ତି ବୋଲି ଇତିଶ୍ରୀଙ୍କ ପରିବାର ଲୋକ କହିଛିନ୍ତି ।