ବିଦୁ୍ୟତ୍ ଟ୍ରାନ୍ସଫର୍ମର ଚୋରି 

 କେନ୍ଦ୍ରାପଡା: ଏବେ ଚୋରଙ୍କ ନଜରରେ ବିଦୁ୍ୟତ୍ ଟ୍ରାନ୍ସଫରମର । ଘରେ ପସି ଚୋରି କରୁଥିଲେ ତ କେଉଁଠି ଲୋକଙ୍କ ଠାରୁ ଛିନ୍ତାଇ କରୁଥିଲେ । ଏବେ କିନ୍ତୁ ନଜର ପଡିଲାଣି ଟ୍ରାନ୍ସଫରମର ଉପରେକେନ୍ଦ୍ରାପଡା ବିଦୁ୍ୟତ୍ ବିଭାଗ ଅଧିନରେ ଥିବା ବିଭିନ୍ନ ସବ୍ଡିଭିଜନ ଅଧିନରେ ବିଦୁ୍ୟତ୍ ଟ୍ରାନ୍ସର୍ଫମର ଚୋରି ହେଉଥିବାର ଜଣାପଡିଛି ।  ଉଚ୍ଚ କ୍ଷମତା ସଂପନ୍ନ ବିଦୁ୍ୟତ୍ ଟ୍ରାନ୍ସର୍ଫମର ଗୁଡିକୁ ଚୋରି କରିବାରେ ସକ୍ଷମ ହୋଇଛନ୍ତି ଚୋର । ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡା ବିଦୁ୍ୟତ୍ ବିଭାଗ ଅଧିନରେ ଥିବା ଛତା ପାଣ୍ଡୁୁଆ ଅଂଚଳରୁ ଗୋଟିଏ ବିଦୁ୍ୟତ୍ ଟ୍ରାନ୍ସର୍ଫମର ଚୋରି ହୋଇଥିବା ବେଳେ, ପଟ୍ଟାମୁଣ୍ଡାଇ ବିଦୁ୍ୟତ୍ ସବ୍ଡିଭିଜନ ଅଧିନରେ ଥିବା କୈଳାସୀ ଗ୍ରାମର ଓ ଚଉଦକୁଲାଟରୁ ଏହିଭଳି ଭାବରେ ଟ୍ରାନ୍ସର୍ଫମର ଚୋରି କରିବାରେ ଚୋରମାନେ ସକ୍ଷମ ହୋଇଛନ୍ତି । ଏହି ୩ଟି ବିଦୁ୍ୟତ୍ ଟ୍ରାନ୍ସର୍ଫୋରମର ମୁଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଚୋରମାନେ ବିଦୁ୍ୟତ୍ ସମ୍ପର୍କରେ ଅବଗତ ଥିବା ଟ୍ରାନ୍ସର୍ଫମରରେ ବିଦୁ୍ୟତ୍ ତାରକୁ ଆଗେ ବିଚ୍ଛିନ୍ନ କରି ପରେ ଏହି ଟ୍ରାନ୍ସର୍ଫମରକୁ ଗାଡି ସାହାଯ୍ୟରେ ଚୋରି କରି ନେଉଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି ।