ଗୁଲନଗର ପଞ୍ଚାୟତରେ ଜଳ ସଂକଟ
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ପାନୀୟ ଜଳ ପାଉ ନଥିବାରୁ ଶତାଧିକ ମହିଳା ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି । ଦାବି ମୁତାବକ ଏହି ପଞ୍ଚାୟତର ୨ ନମ୍ବର ୱାର୍ଡ ଖଇରାବାଦ ରାଜସ୍ୱ ଗ୍ରାମରେ ୩୦୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ବସବାସ କରନ୍ତି । ପ୍ରାୟ ୧ ମାସ ହେବ ଏହି ଗ୍ରାମକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉ ଥିଲା । ବର୍ତ୍ତମାନ ପାନୀୟ ଜଳ ଆସୁନ ଥିବାରୁ ପ୍ରବଳ ଗ୍ରୀଷ୍ମ ତାପରେ ପାଣି ପିଇବା ସହିତ ରୋଷେଇ ଓ ଅନ୍ୟାନ୍ୟ ଆବଶ୍ୟକ ପାଇଁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବିଷୟରେ ଗ୍ରାମାବସୀ ସ୍ଥାନୀୟ ସରପଞ୍ଚ, ବିଡିଓ, ଗ୍ରାମୀଣ ଜଳ ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା ନ କରିବାକୁ ସୋମବାର ବାଧ୍ୟ ହୋଇ ଶତାଧିକ ମହିଳା ରଶ୍ମିରେଖା ଘଡାଇ, ପ୍ରମିଳା ଘଡାଇ, ଗୀତାଞ୍ଜଳୀ ମଳିକ, ମମତା ମଳିକ, ନଗମା ଖାନମ୍, ରହିମା ଖାତୁନ, ଅସଲମ ଖାନ ପ୍ରମୁଖ ଅତିରିକ୍ତ ଜିଲ୍ଲପାଳ ନିଲୁ ମହାପାତ୍ରଙ୍କୁ ଭେଟି । ତୁରନ୍ତ ତଙ୍କ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାପାଇଁ ଦାବି କରିଛନ୍ତି ।