ସୌମ୍ୟଙ୍କ ରାଲିକୁ ଅବରୋଧ


 ଆନନ୍ଦପୁର: ନିର୍ବାଚନ ଆଉ ୪ ଦିନ ବାକି ଥିବା ବେଳେ ପ୍ରତେକ ରାଜନୈତିକ ଦଳଙ୍କ ମଧ୍ୟ୍ୟରେ ନିର୍ବାଚନୀ ଉଷ୍ମତା ଦେଖା ଗଲାଣି । ଏହାର ଉଦାହରଣ ଆଜି ଦେଖିବାକୁ ମିଳିଛି ଘସିପୁରା ନିର୍ବାଚନ ମଣ୍ଡଳୀରେ । ସୂଚନା ଅନୁଯାୟୀ ଆଜି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ସମର୍ଥକଙ୍କୁ ନେଇ ବାଇକ ରାଲି କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବିଜେଡି ସମର୍ଥକ ଘସିପୁରା ବ୍ଳକ ତରିମୂଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାରୋହୀ ଛକରେ ସୋମ୍ୟ ପଟ୍ଟନାୟକଙ୍କ ରାସ୍ତାକୁ ଅବରୋଧ କରିଥିଲେ । ନିର୍ବାଚନ ପ୍ରଚାରରେ ସୋମ୍ୟ ନିଜ ସମର୍ଥକଙ୍କ ଗହଣରେ ଯାଉଥିବା ସମୟରେ ବିଜେଡି ସମର୍ଥକ ରାସ୍ତା ଅବରୋଧ କରି ସୈାମ୍ୟଙ୍କୁ ଅଟକାଇବୁ ଚେଷ୍ଟା କରିଥିଲେ । ପରେ ବିଜେଡି ସମର୍ଥକ ଏବଂ ସୌମ୍ୟଙ୍କ ସମର୍ଥକଙ୍କ ମଧ୍ୟରେ କିଛି ସମୟ ଉତେଜନା ଦେଖା ଦେଇଥିଲା । ପରେ ଉଭୟ ପକ୍ଷର ସମର୍ଥକ ନିଜ ନିଜ ବାଟରେ ଚାଲି ଯାଇଥିଲେ ।