ଓଡ଼ିଶାରେ ‘ଭାରତ ବନ୍ଦ’: କଟକରେ ବସ୍ ଚଳାଚଳ ବନ୍ଦ

ଆଜି ଭାରତ ବନ୍ଦ। ଆଜି ଦେଶବ୍ୟାପୀ ଶ୍ରମିକ ସଂଗଠନର ଧର୍ମଘଟ ବା ଭାରତ ବନ୍ଦ ପାଳନ ହେଉଛି। ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା ହୋଇଛି।୨୫ କୋଟିରୁ ଅଧିକ ଶ୍ରମିକ ଧର୍ମଘଟରେ ସାମିଲ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଭାରତ ବନ୍ଦ ପ୍ରଭାବରେ ଓଡ଼ିଶାରେ କଣ ପ୍ରଭାବ ପଡ଼ିଛି।

କଟକରେ ବସ୍ ଚଳାଚଳ ବନ୍ଦ: ବସ୍ ଚଳାଚଳ ଉପରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଟକରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ନେତାଜୀ ସୁଭାଷ ବୋଷ ବସ୍ ଟର୍ମିନାଲ ଖାଁ ଖାଁ ହୋଇପଡ଼ିଛି। କେବଳ ଯିବା ଆସିବା କରୁଛି ସରକାରୀ ଓ ଆମ ବସ୍‌। ସାଧାରଣ ଯାତ୍ରୀ ଆଜି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

: ଭୁବନେଶ୍ୱରରେ ଶ୍ରମିକ ସଂଗଠନର ଭାରତ ବନ୍ଦ ପ୍ରଭାବ। ଭୁବନେଶ୍ୱର ରେଳ ଷ୍ଟେସନରେ ଶ୍ରମିକ ସଂଗଠନର ଧର୍ମଘଟ ଚାଲିଛି। ମାଷ୍ଟର କ୍ୟାଣ୍ଟିନ୍ ଛକ, ବାଣୀ ବିହାର ଓ ରାଜପଥରେ ଅନ୍ଦୋଳନ ଜାରି ରହିଛି। ଜୟଦେବ ବିହାର ଓଭରବ୍ରିଜ୍ ଜାତୀୟ ରାଜପଥ ଅବରୋଧ ହୋଇଛି।

: ବରଗଡ଼ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ପାଳନରେ ଓଡ଼ିଶା ଡ୍ରାଇଭର ସଂଘ ସଦସ୍ୟ ସାମିଲ ହୋଇଛନ୍ତି। ହଳଦୀପାଲି ଛକରେ ଏନଏଚ ୫୩ ଅବରୋଧ। ଏଠାରେ ଅଟକିଛି ଶହ ଶହ ଗାଡ଼ି।

: ରାଉରକେଲା ଶିଳ୍ପାଞ୍ଚଳରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିର୍ସା ମୁଣ୍ଡା ଛକରେ ଶ୍ରମିକ ସଂଗଠନର ଆନ୍ଦୋଳନ ଜାରି ରହିଛି। ୧୪୩ ନମ୍ବର ଜାତୀୟ ରାଜପଥରେ ବିକ୍ଷୋଭ। ବେଦବ୍ୟାସ ଛକରେ ଅଟକିଛି ଶହ ଶହ ଗାଡ଼ି।

: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ନିକଟରେ ଶ୍ରମିକଙ୍କ ହରତାଳ ଜାରି ରହିଛି। ୬୦ ନମ୍ବର ଜାତୀୟ ରାଜପଥରେ ଅଟକିଛି ବସ୍ ଓ ଟ୍ରକ୍‌। ଜଳେଶ୍ୱର ସହରର ବଡ଼ ବଜାରରେ ଦୋକାନ ବନ୍ଦ ରହିଛି।