ମେଘନାଦ ପାଚେରୀ ଡେଇଁଲେ ୪ ଯୁବକ
MEGHANAD PACHERI

ଭୁବନେଶ୍ୱର : ମେଘନାଦ ପାଚେରୀ ଡେଇଁ ୪ ଯୁବକ ଶ୍ରୀମନ୍ଦିରରେ ପଶି ଯାଇଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିହୋଇଛି । ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଏହାର ଭିଡ଼ିଓ ବି ଭାଇରାଲ୍ ହେବାରେ ଲାଗିଛି । ଏ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଏସଡ଼ି ସିକ୍ୟୁରିଟି, ସଫେଇ ଓ ମନ୍ଦିରର ପୂର୍ତ୍ତ ଅଧିକାରୀ ସଭ୍ୟ ରହିଛନ୍ତି । ଏତେବଡ଼ ପାଚେରୀ ଚଢ଼ିବା ବେଳେ କେହି କେମିତି କିଛି ଜାଣିପାରିଲେ ନାହିଁ ସେନେଇ ଚର୍ଚ୍ଚା ଜୋରଧରିଛି ।