ତୃଷା ମେଣ୍ଟାଉଛି ଶଙ୍ଖମାର୍କା ବୋତଲ ପାଣି
ବ୍ୟାସନଗର: ନିର୍ବାଚନ ସମୟରେ କେତେ କ’ଣ ପ୍ରକାର ଚିତ୍ର ଦେଖିବାକୁ ମିଳେ । ଭଲ ପାଉଥିବା ଦଳର ରଙ୍ଗ ଓ ଚିହ୍ନ ଅନେକ ନିଜ ଦେହରେ ଆଙ୍କି ପ୍ରଚାରକୁ ଓହ୍ଲାଇଥାନ୍ତି । କେହି କେହି ଦେହକୁ ଦଳୀୟ ପତାକାରେ ଆବଦ୍ଧ କରି ପ୍ରଚାର କରିଥାନ୍ତି । ପୋଷାକ ଠାରୁ ଆରମ୍ଭ କରି ଟୋପି ମଧ୍ୟ ପ୍ରଚାରବେଳେ ଅନେକଙ୍କୁ ଦେଖିବାକୁ ମିଳିଥାଏ । ଏବେ ନିର୍ବାଚନ ପ୍ରଚାର । ଗ୍ରୀଷ୍ମ ଦିନ ହେତୁ ପ୍ରଚାର ବେଳେ ପାଣିର ଆବଶ୍ୟକତା ଅଧିକରୁ ଅଧିକ ଦରକାର ପଡ଼ୁଛି । କୈାଣସି କର୍ମୀ ସମାବେଶ ହେଉ କି ସଭାସମିତିରେ ପାଣି ପର୍ଯର୍୍ୟାପ୍ତ ପରିମାଣର ଦରକାର ପଡ଼ୁଛି । ଏଭଳି ସ୍ଥଳେ ବିଜେଡ଼ି ଯୁବ ନେତା ରାକେଶ ରାଉତ ଦଳୀୟ କର୍ମୀଙ୍କ ତୃଷା ମେଣ୍ଟାଇବାକୁ ଶଙ୍ଖ ମାର୍କା ପାଣିବୋତଲ ମାର୍କେଟକୁ ଆଣିଛନ୍ତି । କୋରେଇ ନିର୍ବାଚନ ମଣ୍ଡଳୀ ବିଜେଡ଼ି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ଅଣ୍ଟା ଭିଡ଼ିଥିବା ରାକେଶ ନିର୍ବାଚନ ମଣ୍ଡଳୀର କୈାଣସି ସ୍ଥାନରେ ସଭାସମିତି କି କର୍ମୀ ବୈଠକ ହେଲେ ଉକ୍ତ ପାଣି ବୋତଲ ପହଞ୍ଚାଇବାର ବ୍ୟବସ୍ଥା କରୁଛନ୍ତି । ବିଜେଡ଼ି ବୈଠକରେ ବିଜେଡ଼ି ପାଣି ବୋତଲ କର୍ମୀ ମାନଙ୍କୁ ଦେବାର ଏଭଳି ଏକ ନିଆରା ପ୍ରୟାସ କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରାକେଶଙ୍କ ଦ୍ୱାରା ପ୍ରାୟୋଜିତ ପାଣିବୋତଲରେ ଶଙ୍ଖ ଚିହ୍ନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅଶୋକ ଦାସ ଫାଉଣ୍ଡେସନର ମୁଖ୍ୟ ଭବପ୍ରସାଦ ଦାସଙ୍କ ଫଟୋ ରହିଛି ।