ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉସବ
ନୂଆପଡା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆପଡ଼ା ଜିଲ୍ଲା ବୋଡ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ୍ ସେବାଶ୍ରମ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉସôବ ୨୦୨୫ ବହୁ ଧୁମ୍ ଧାମ ସହକାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଟିତ କାର୍ଯକ୍ରମ ରେ କରଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଅଖିଳ ଧାରୁଆ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡି ଆଇ କଳାହାଣ୍ଡି ଓ ନୂଆପଡ଼ା ଉଦୟ ସିଂ ମାଝୀ , ମୁଖ୍ୟ ବକ୍ତା ଭାବେ ପାଲ୍ଲିପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରୁଦ୍ରମାଧବ ବାରିକ, ସମ୍ମାନିତ ଅତିଥି ଭାବରେ ବୋଡ଼?ନ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ, ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ଶ୍ୟାମ ସୁନ୍ଦର ଦଣ୍ଡସେନା, କରଙ୍ଗାମାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମେହେର , ପୂର୍ବତନ ପ୍ରଧାନ ଶିକ୍ଷକ କରଂଗାମାଲ ରାଧାକାନ୍ତ ଯୋଷୀ ପ୍ରମୁଖ ବାର୍ଷିକ ଉସôବ ମଞ୍ଚରେ ମଞ୍ଚାଷିନ ଥିଲେ । ପ୍ରଥମେ ମଞ୍ଚାଶିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଔପଢକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଦାତ୍ରୀ ମା ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ସେବାଶ୍ରମ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ଓ ନୃତ୍ୟ ପରେ ପରେ ବିଦ୍ୟାଳୟର ପ୍ରଧାନ ସେବକ ଅଖିଳ ଧାରୁଆ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ପିଲାଙ୍କ ପାଠ ପଢିବା ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ବାର୍ଷିକ ଉସôବ ଆୟୋଜିତ ହେଉଥିବାରୁ ପିଲାଙ୍କ ଲୋକାୟିତ ପ୍ରତିଭା ଲୋକଲୋଚନ କୁ ଆସି ପାରୁଛି ବୋଲି ଅତିଥି ମାନେ ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଠିକ୍ ସେହିଭଳି ପୁରସ୍କାର ବିତରଣ ଉସôବରେ ପ୍ରଧାନ ସେବକ ଅଖିଳ ଧାରୁଆଙ୍କ ତତତ୍ୱାବଧାନରେ ସମସ୍ତ ମଞ୍ଚାସିନା ଅତିଥି ଉପସ୍ଥିତ ରହି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଆୟୋଜିତ ବାର୍ଷିକ ଉସôବର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ସେବକ ନରେଶ ସୁନାନୀ କରିଥିବାବେଳେ ସେବକ ନରସିଂହ ପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସେବାଶ୍ରମ ବିଦ୍ୟାଳୟର ସମସ୍ତ ସେବକ ଶେବିକା ସମେତ ମେଟ୍ରନ, ମହିଳା ସିସିଏ,ପୁରୁଷ ସିସିଏ, ମଧ୍ୟାହ୍ନ ଭୋଜନ ପାଚିକା ଓ ଆଶ୍ରମ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ ।