୩୭ ଗ୍ରାମ ବ୍ରାଉନ ସୁଗାର ଜବତ 

 ବ୍ୟାସନଗର : ଦାନଗଦୀ ବ୍ଲକ ମିଲିଟାରୀ ଛକରେ ଚଢ଼ାଉ କରି ଅବକାରୀ ବିଭାଗ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅବକାରୀ ଅଧୀକ୍ଷକ ଦିବ୍ୟକିଶୋର ଥଣ୍ଡଲଙ୍କ ନିଦେ୍ର୍ଦଶ କ୍ରମେ ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ବିଭୂପ୍ରସାଦ ସାହୁ ମିଲିଟାରୀ ଛକରେ ଚଢ଼ାଉ କରିଥିଲେ । ତ୍ରିଜଙ୍ଗା କଲୋନୀରେ ରହୁଥିବା କଳିଙ୍ଗନଗରର ଖୁରୁଣ୍ଟି ଗ୍ରାମର ପବିତ୍ର ମଲିକ(୨୫) ବାଇକ ଯୋଗେ ଭଦ୍ରକରୁ ବ୍ରାଉନସୁଗାର ଆଣି ଦାନଗଦୀ ଅଞ୍ଚଳରେ ବେପାର କରୁଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା । ଅବକାରୀ ବିଭାଗ ୩୭ ଗ୍ରାମ ବ୍ରାଉନ ସୁଗାର ଓ ବ୍ୟବହୃତ ମଟର ସାଇକେଲକୁ ଜବଦ କରିଥିଲା । ବିଭାଗ ପକ୍ଷରୁ କୁହାଯାଇଛି କି ପବିତ୍ର ନିଜେ ବ୍ରାଉନ ସୁଗାର ବ୍ୟବହାର କରିବା ସହ ତ୍ରିଜଙ୍ଗା କଲୋନୀରେ ଅର୍ଦ୍ଧ ନିର୍ମିତ କୋଠାଘରେ କିଛି ଛୋଟ ଛୋଟ ଛୁଆଙ୍କୁ ବ୍ରାଉନ ସୁଗାର ବ୍ୟବସାୟିକ ଉଦେ୍ଦଶ୍ୟରେ ଯୋଗାଇଥାଏ । ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରିଛି । ଚଢ଼ାଉରେ ସବ-ଇନସିପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା,ଏସଆଇ ରଶ୍ମିରେଖା ଜେନା, ଶୁଚିସ୍ମିତା ନାୟକ ଓ କର୍ମଚାରୀ ଚଗଲା ମଲ୍ଲିକ, ମାଳତି ମାଝୀ, ଗଣେଶ ଦମ୍ପତ ପ୍ରମୂଖ ସାମିଲ ଥିଲେ ।