ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍
୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ସକାଳୁ ଘାଣ୍ଟୁଛି ଇଡି । ରାଜନେତା ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଚାଲିଛି ମାରାଥନ ରେଡ୍ । ମୃତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ୩ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଦିଲ୍ଲୀରେ ବି ଏକକାଳୀନ ରେଡ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶ୍ବ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ । ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍ସି ନାଁରେ ନେଇଥିଲେ ୨୩୧ କୋଟି ଟଙ୍କାର ଲୋନ । ତାଙ୍କ ବିରୋଧରେ ରହିଛି ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ । ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ କ୍ଷୀରୋଦ । ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା ।