ଔଷଧ ଦୋକାନର ଗ୍ରିଲ ଭାଙ୍ଗି ଲୁଟ୍


 ଭୁବନେଶ୍ୱର, ୨୯ା୧୦ : ରାଜଧାନୀରେ ଦିନକୁ ଦିନକୁ ବଢି ଚାଲିଛି ଲୁଟେରାଙ୍କ ଆତଙ୍କ  । ସେହିଭଳି ଗତକାଲି ବିଳମ୍ବିତ ରାତିରେ ଭରତପୁର ଥାନା ଅଧିନ କଳିଙ୍ଗ ବିହାର ଅଞ୍ଚଳର ଏକ ଔଷଧ ଦୋକାନର ତାଲା ଭାଙ୍ଗି ଲୁଟିନେଲେ ୫ ଲକ୍ଷ ଟଙ୍କା, ଛାଡିଗଲେ ଖୁଚୁରା ଟଙ୍କା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସର ତନାଘନା ଆରମ୍ଭ ।
 ସୂଚନା ଯୋଗ୍ୟଯେ, ରାଜଧାନୀରେ ଦିନକୁ ଦିନକୁ ବଢି ଚାଲିଛି ଲୁଟେରାଙ୍କ ଆତଙ୍କରାଜ୍ । ପାର୍ବଣ ଋତୁରେ ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ଆପାର୍ଟମେଣ୍ଟ, ଘର, ଦୋକାନ ମାନଙ୍କରୁ ହେଉଛି ଲୁଟ୍ ଓ ଡ଼କାୟତି । ଅନ୍ୟଦିନ ଭଳି ଗତକାଲି ବିଳମ୍ବିତ ରାତିରେ ଭରତପୁର ଥାନା ଅଧିନ କଳିଙ୍ଗ ବିହାରରେ ଥିବା ଏକ ଔଷଧ ଷ୍ଟୋରରେ ଲୁଟେରାମାନେ ତାଲାଭାଙ୍ଗି ଲୁଟ୍ କରିଛନ୍ତି । ଏନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି । ପରେ ପୁଲିସ ମାମଲା ରୁଜୁକରି ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଲୁଟେରାଙ୍କୁ କଏଦ୍ କରାଯାଇଛି । ଦୁର୍ବୃତ୍ତ ମାନେ ଶ୍ରମିକ ବେଶରେ ଆସି ଲୁହା ଗ୍ରୀଲ ତାଡି ଦୋକାନ ଭିତରେ ପଶି କ୍ୟାସ୍ ବକ୍ସ ତାଡି ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ହେଲେ ଡ୍ରରେ ଥିବା ଖୁଚୁରା ଟଙ୍କାକୁ ଛାଡି ଦେଇଛନ୍ତି । କିଛି ଦିନ ତଳେ ଔଷଧ ଦୋକାନୀ ମାଙ୍କ ବେକରୁ ମଧ୍ୟ ସୁନା ଚେନ୍ ଝାମ୍ପିନେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ପୁଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇପାରିନାହିଁ ।