୪ ବେପାରୀ ଗିରଫ; ୨୧ କେଜି ଗଞ୍ଜେଇ ଜବତ


ଭୁବନେଶ୍ୱର, ୪ ।୧୧ : କନ୍ଧମାଳରୁ ବସରେ ଚୋରା ଗଞ୍ଜେଇ ଆଣି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଏକ ଅଟୋରେ ଗଞ୍ଜେଇ ନେଇ ଫେରାର ହେଉଥିବା ବେଳେ ବରମୁଣ୍ଡା ଇପିକଲ ରୋଡରେ ଗୋଡାଇ ଧରିଲା ଖଣ୍ଡଗିରି ଥାନା ପୁଲିସ । ପରେ ଅଟୋକୁ ତଲାସି ସମୟରେ ଗାଡି ଭିତରୁ ୨୧ କେଜି ଗଞ୍ଜେଇ ଜବତ କରାଯାଇଥିଲା । ପରେ ଅଟୋରେ ଥିବା ୪ ଜଣ କୁଖ୍ୟାତ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ, କନ୍ଧମାଳ ଜିଲ୍ଲାର କମ୍ଭୁପାଣୀ ଦିଗାଲ, ନୀଳାଞ୍ଚଳ ବେହେରା, ନବଘନ ଦିଗାଲ ଓ ସିମା ଓରଫ ହିମାଞ୍ଚଳ ବେହେରା ।
 ସୂଚନା ଯୋଗ୍ୟଯେ, ସୋମବାର ଦିନ ସକାଳୁ ୯ଟା ବେଳେ ଖଣ୍ଡଗିରି ଥାନା ପୁଲିସ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ବରମୁଣ୍ଡା ଅଞ୍ଚଳରେ ପେଟ୍ରୋଲିଂ ଚଳାଇଥିଲେ । ଏହି ସମୟରେ ଏକ ଅଟୋରେ ୪ ଜଣ ଯୁବକ ବରମୁଣ୍ଡା ଇପିକଲ ରୋଡରେ ଦ୍ରୁତଗତିରେ ଯାଇଥିବା ପୁଲିସ ଟିମ ଦେଖିବାକୁ ପାଇଥିଲା । ପରେ ସନେ୍ଦହ ହେବାରୁ ଅଟୋକୁ ପିଛା କରି କାବୁ କରିବା ସହ ଗାଡିକୁ ଚେକିଂ ବେଳେ ଭିତରୁ ୨୧ କେଜି ଗଞ୍ଜେଇ ବାହାରିଥିଲା । ଏତିକି ବେଳେ ଗାଡିରେ ଥିବା ୪ ଅଭିଯୁକ୍ତ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୁଲିସ ଟିମ ସେମାନଙ୍କୁ ଗୋଡାଇ କାବୁ କରି ଥାନାକୁ ଆଣିଥିଲେ । ଥାନାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା ବେଳେ ଜଣାପଡ଼ିଥିଲା ଏମାନେ ହେଉଛନ୍ତି ପେଶାଦାର ଗଞ୍ଜେଇ ବେପାରୀ । ପୂର୍ବରୁ ବହୁ ବାର ଗିରଫ ହୋଇ ଜେଲ ଯାଇଛନ୍ତି । ପରେ ପୁଲିସ ୭୬୮ରେ ମାମଲା ରୁଜୁକରି ଏନଡ଼ିପିଏସ୍ ଆକ୍ଟ ୨୦(ବି)ରେ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି ।