ଗୋଡେଇ ଗୋଡେଇ କାରରୁ କଳାକାଚ ହଟାଉଛି ପୁଲିସ

ଭୁବନେଶ୍ୱର, ୨୩ା୪ : ଗାଡି ଚାଳକମାନେ ସାବଧାନ । କାରରେ କଳାକାଚ ଲଗାଉଛନ୍ତି କି ତା ହେଲେ ସାବଧାନ ହୋଇଯାଆନ୍ତୁ । କିଛି ଦିନର ନିରବତା ପରେ ପୁଣି ସକି୍ରୟ ହୋଇଛି ଟ୍ରାଫିକ୍ ପୁଲିସ । ସୋମବାର ଦିନ କମିଶନରେଟ୍ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଛକି ବସି କାରରେ ଲାଗିଥିବାକୁ ଗୋଡେଇ ଗୋଡେଇ ହଟାଉଛି । ଖାଲି ସେତିକି ନୁହେଁ, ମାଲିକଙ୍କୁ ମୋଟା ଅଙ୍କର ଅର୍ଥ ଦଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଚଢ଼ଉରେ ଟ୍ରାଫିକ୍-୧, ଟ୍ରାଫିକ୍ ପୁଲିସ ଅଧିକାରୀ, ଟ୍ରାଫିକ୍ ଡିସିପି, ଏସିପି ଏବଂ ଥାନା ଅଧିକାରୀମାନେ ସାମିଲ ଅଛନ୍ତି । ରାଜଧାନୀରେ ସେଭ ସିଟି ଡ୍ରାଇଭକୁ ଜୋରଦାର କରିବାକୁ ପୁଲିସ କମିଶନର ସଂଜୀବ ପଣ୍ଡା କଡା ନିଦେ୍ର୍ଦଶ ଦେଇଛନ୍ତି । ସୋମବାର ଦିନ ବିଭିନ୍ନ ଛକରେ ଚଢ଼ଉ କରି ଟ୍ରାଫିକ୍ ପୁଲିସ ୩୯ଟି କାରରୁ କଳାପଟି ବାହାର କରିବା ସହ ଗାଡି ଚାଳକଙ୍କଠାରୁ ୨ଲକ୍ଷ ୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଏହିଭଳି ଅମାନିଆଙ୍କ ବିରୋଧରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଶ୍ରୀ ପଣ୍ଡା ନିଦେ୍ର୍ଦଶ ଦେଇଛନ୍ତି । କିିଛି ଗାଡି ଚାଳକ ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନକୁ ଉଲ୍ଲଂଘନ କରି ଗାଡିରେ କଳାପଟି ଲଗାଉଥିବାରୁ ସେମାନଙ୍କ ବିରୋଧରେ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାରରେ କଳାକାଚ ଲଗାଇ ଅପରାଧୀମାନେ ବଡ ଧରଣର ଅଘଟଣ ଘଟାଉଥିବାରୁ କୋର୍ଟ ଏଭଳି ନିଦେ୍ର୍ଦଶ ଦେଇଛନ୍ତି । ଖାଲି ଟ୍ରାଫିକ୍ ପୁଲିସ ନୁହେଁ, ଏହି ଚଢ଼ଉରେ ସାମିଲ ଅଛନ୍ତି ଆରଟିଓ-୧ ଏବଂ ଆରଟିଓ-୨ର ଅଧିକାରୀମାନେ ସାମିଲ ଅଛନ୍ତି ।