କଂଗ୍ରେସ ମିଡ଼ିଆ ସେଲ ଗଠିତ
ଭୁବନେଶ୍ୱର : ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଅବସରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ କଂଗ୍ରେସ । ଗତକାଲି ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କିମଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଥିବା ବେଳେ ଆଜି ଏଆଇସିସି ପକ୍ଷରୁ ମିଡ଼ିଆ ସେଲ ଉପାଧ୍ୟକ୍ଷ, ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଅମିୟ ପାଣ୍ଡବଙ୍କୁ ମିଡ଼ିଆ ସେଲର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦୀପକ ମହାପାତ୍ରଙ୍କୁ ସଂଯୋଜକ ଓ ଜଗଦାନନ୍ଦ ପ୍ରଧାନଙ୍କୁ ଗବେଷଣା, ତଥ୍ୟ ଓ ସୂଚନା ବିଭାଗର ଦାୟିତ୍ୱ ଦିଆଯାଇଛି । ୨୦ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ ଦିଆଯାଇଥିବା ବେଳେ ୮ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ମୁଖପାତ୍ର ଭାବେ ଦେବାଶିଷ ନାୟକ, ସାଗର ଚରଣ ଦାସ, ସୋଫିଆ ଫିଦେ୍ର୍ଦାସ, ହମିଦ ହୁସେନ, ମନୋରଞ୍ଜନ ଦାସ, ଅଭିଶେକ ମହାନନ୍ଦ, ରଜନୀ କୁମାର ମହାନ୍ତି, ପଦ୍ମକର ଗୁରୁ, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ କୁମାର ଶତପଥୀ, ସୋନାଲି ସାହୁ, ସାମସିଦ ତୟାବ, ଦେବାଶିଷ ଭୂୟାଁ, ଜୟଶ୍ରୀ ପାତ୍ର, ମନୀଷା ଦାସ ପଟ୍ଟନାୟକ, ହିମାଂଶୁ କୁମାର ଲେଙ୍କା, ଲଲାଟେନ୍ଦୁ ଦାସ, ବିଭୂତି ଭୂଷଣ ମହାପାତ୍ର, ମାନସ ଚୌଧୂରୀ ଓ ନଳିନୀକାନ୍ତ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଅପରପକ୍ଷେରେ ଅମ୍ରିତା ଦାସ, ସଂଗ୍ରାମ କେଶରୀ ମାଝୀ, ରୁପାଦିତ୍ୟ ମହାପାତ୍ର, ଅଶୋକ କୁମାର ସ୍ୱାଇଁ, ଝୁନା କୁମାରୀ ପଟ୍ଟନାୟକ, ମଧୁସ୍ମିତା ଆଚାର୍ଯ୍ୟ, ରାକେଶ କୁମାର ସାହୁ ଓ ନିହାର ରଞ୍ଜନ ବେହେରାଙ୍କୁ ମିଡ଼ିଆ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି ।