ଉନ୍ନୟନ ସମିତିର ସମୀକ୍ଷା ବୈଠକ
ବଡ଼ସାହି : ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ ସମିତିର ଏକ ସମୀକ୍ଷା ବୈଠକ ସ୍ଥାନୀୟ ବଡ଼ସାହି ବ୍ଲକ ସମ୍ମିଳନୀ କକ୍ଷରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବଡ଼ସାହି ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରବି ନାରାୟଣ ପୁଥାଳଙ୍କ ଆୟୋଜନକ୍ରମେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା, ବେତନଟୀ ବିଡ଼ିଓ ତଥା ତହସିଲଦାର ସୁଶାନ୍ତ କୁମାର ସୂତାର, ବଡ଼ସାହି ତହସିଲଦାର କରୁଣାକର ଧିନ୍ଦା, ଜିଲ୍ଲାସ୍ତରୀୟ ୨୦ଗୋଟି ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ବକେୟା ରହିଥିବା ସମସ୍ତ ପ୍ରକାର କାମକୁ ତୁରନ୍ତ ସମାପନ କରିବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ବଡ଼ସାହି ବ୍ଲକର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।