କୁଲଡ଼ିହାରୁ ୩ ଶିକାରୀ ଗିରଫ: ବନ୍ୟଜନ୍ତୁ ଛାଲ ଓ ୨ ବନ୍ଧୁକ ଜବତ
ନୀଳଗିରି: କୁଲଡ଼ିହା ଅଭୟାରଣ୍ୟରେ ପଶି ଶିକାରୀମାନେ ହାତୀ ଠାରୁ ଆରମ୍ଭ କରି ହରିଣ, କୁଟାରି, ବାରାହା ଜନ୍ତୁ ମାନଙ୍କୁ ଶିକାର କରି ହାଟ ମାନଙ୍କରେ ସେମାନଙ୍କ ମାଂସକୁ ବିକ୍ରି ହେଉଥିବାର ଅଭିଯୋଗ ଉଠିଛି । କୁଲଡ଼ିହା ଅଭୟାରଣ୍ୟ ଭିତରେ ଶିକାରୀଙ୍କ ଅବାଧରେ ବିଚରଣ କରି ବନ୍ୟଜନ୍ତୁ ଶିକାର କରିଚାଲିଥିବାରୁ ବନ୍ୟଜନ୍ତୁ ଭୟରେ ଗାଁ ମୁହାଁ ହେଉଥିବାର ଦେଖିବାକୁ ମିଳୁଛି । ନୂତନ ଭାବେ ଯୋଗ ଦେଇଥିବା କୁଲଡ଼ିହା ରେଞ୍ଜ ଅଧିକାରୀ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବା ପାଇଁ ଦୃଢକ୍ତି ପ୍ରକାଶ କରିଥିବା ବେଳେ ଶିକାରୀମାନେ ରେଞ୍ଜ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ବନ୍ୟଜନ୍ତୁ ଶିକାର କରି ତାର ମାଂସକୁ ଚଢ଼ାଦରରେ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ଅଭିଯୋଗ ହେଉଛି । କୁଲଡ଼ିହା ରେଞ୍ଜ ଅଧିକାରୀ ପୁଟିବନ୍ଦ ଗ୍ରାମରେ ଚଢାଉ କରି ଶିକାରୀଙ୍କ ଠାରୁ ହରିଣ ଛାଲ ସହିତ ୨ବନ୍ଧୁକ ଏବଂ ୩ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି ମିଳିଛି । କୁଲଡ଼ିହା ଅଭୟାରଣ୍ୟ ଭିତରେ ଶହ ଶହ ଜନ୍ତୁ ଶିକାର ହେଉଥିବା ବେଳେ, ୨ଟି ବନ୍ଧୁକ ଓ ଗୋଟିଏ ହରିଣ ଛାଲ ଜବତ କରି ବାଃ ବାଃ ନେଉଛନ୍ତି କି ବୋଲି ବୁଦ୍ଧିଜିବୀ ମାନେ ପ୍ରଶ୍ନ ଉଠାଇଛନ୍ତି । ବହୁ ସମୟରେ କୁଲଡ଼ିହା ରେଞ୍ଜ ଅଧିକାରୀ ଅଫିସର ନରହିବା ଓ କୁଲଡ଼ିହା ଅଭୟାରଣ୍ୟ ଭିତରେ ନଯିବା ଫଳରେ ଶିକାରୀମାନେ ଅବାଧରେ ଜନ୍ତୁ ଶିକାର କରି ଚାଲିଥିବାର ପ୍ରକୃତି ପ୍ରେମୀ ଅଭିଯୋଗ ଆଣିଛନ୍ତି । ଅଭୟାରଣ୍ୟ ଭିତରେ ଯେଉଁଭଳି ଶିକାରୀ ମାନେ ବନ୍ୟଜନ୍ତୁ ଶିକାର କରୁଛନ୍ତି ଏହି ରେଞ୍ଜ ଅଧିକାରୀ ସମୟରେ କୁଲଡ଼ିହା ଅଭୟାରଣ୍ୟ ବନ୍ୟଜନ୍ତୁ ଶୂନ୍ୟ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।