ସ୍ତ୍ରୀକୁ ଫେରାଇଆଣିବା ପାଇଁ ଗୁହାରି 

 ବନ୍ତ : ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ସ୍ୱାମୀ । ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଗଣିଜାଙ୍ଗ ଗ୍ରାମର ସୁବାଷ ଚନ୍ଦ୍ର ଦାସ ଯିଏକି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟରେ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀମାଳତୀ ଦାସ (୪୮) ଅଗଷ୍ଟ ୧୮ ତାରିଖ ସନ୍ଧ୍ୟାରୁ କେଉଁଆଡେ ପଳାଇ ଯାଇଛନ୍ତି ।  ସୁବାସ ଗଣିଜାଙ୍ଗ ବଜାରରେ ଏକ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ବେଳେ ଅଗଷ୍ଟ ୧୮ ତାରିଖ ଦିନ ସନ୍ଧ୍ୟାରେ ସୁବାସଙ୍କ ସ୍ତ୍ରୀ ସେହି ଦୋକାନରୁ ସଉଦା ନେଇ ରୋଷେଇ ପାଇଁ ଘରକୁ ଯିବା କହି କେଉଁଆଡେ ପଳାଇଥିବା ନେଇ ସୁବାଷ ଏସ୍ପି, ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସୁବାସ ଓ ତାଙ୍କ ବୟସ୍କ ବୃଦ୍ଧା ମାଆ ଏବେ ଏକୁଟିଆ ଅବସ୍ଥାରେ ଘରେ ରହୁଛନ୍ତି ।