ପର୍ଯ୍ୟବେକ୍ଷକ ଓ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଇଭିଏମ୍ କମିଶନିଂ

 ଯାଜପୁର: ଜୁନ ୧ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିମନ୍ତେ ଇଭିଏମ କମିଶନିଂ ଅନୁଷ୍ଠିତ ହୋଇଛି । ସାଧାରଣ ପର୍ଯ୍ୟବେକ୍ଷକ ଡ.କରୁଣା କୁମାରୀ, ଜିଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ତତ୍ୱାବଧାନଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ମାନଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଚୁଡାନ୍ତ ଇଭିଏମ୍ କମିଶନିଂ ହୋଇଥିଲା । ଯାଜପୁର ସଂରକ୍ଷିତ ଲୋକସଭା ଆସନ ଅନ୍ତର୍ଗତ ବିଂଝାରପୁର ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ ଏବଂ ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ସଂପୃକ୍ତ ନିର୍ବାଚନମଣ୍ଡଳୀ ଗୁଡିକର ରିଟର୍ଣ୍ଣିଂ ଅଫିସରଙ୍କ ପରିଚାଳନାରେ ଷ୍ଟ୍ରଙ୍ଗ୍ ରୁମ୍ ଖୋଲାଯାଇ ଇଭିଏମ୍ ଗୁଡିକର ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟ୍ର ବିଭିନ୍ନ କାର୍ଯ୍ୟ ଗୁଡିକୁ ପ୍ରିଜାଇଡିଂ ଅଫିସରମାନେ ରିଟର୍ଣ୍ଣିଂ ଅପିଂସର ମାନଙ୍କ ପରିଚାଳନାରେ ମକ୍ପୋଲ କରିବା, ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ବାଲାଟ ପେପର ସେଟିଂ କରିବା, ରିଟର୍ଣ୍ଣିଂ ଅଫିସରଙ୍କ ଦସ୍ତଖତରେ ଆଡ୍ରେସ୍ ଟ୍ୟାଗ ଲଗାଇବା,ବ୍ୟାଟେରୀ ସେଟିଂ କରିବା ଓ ବାଲାଟ ୟୁନିଟ୍ର ଉପର ଓ ତଳ ମୁଣ୍ଡ ବଟନକୁ ନଛୁଇଁ ପେପର ସିଲ କରିବା ଓ ଆଡ୍ରେସ୍ ଟ୍ୟାଗ୍ ଲଗାଇବା, କଣ୍ଟ୍ରୋଲ ୟୁନିଟରେ ବ୍ୟାଟେରୀ ଲଗାଇବା ଓ ପ୍ରତ୍ୟେକ ଆଡ୍ରେସ୍ ଟ୍ୟାଗରେ ଜଉମୁଦ ସିଲ କରିବା ଓ ଭିଭିପାଟ୍ ଉପରେ ସମସ୍ତ ବିଧି ଅନୁଯାୟୀ କମିଶନିଂ କରାଯାଇଥିଲା । କମିଶନିଂରେ ଅତିରିକ୍ତ ଜିଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଲଙ୍କେଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଅଂଶୁମାନ ଶତପଥା, ଅତିରିକ୍ତ ଉପ-ଜିଲାପାଳ  ମନୋରମା ଜାଲି,ଡେପୁଟି  କଲେକ୍ଟର, ନିର୍ବାଚନ ରଶ୍ମିରଂଜନ ମଲ୍ଳିକ, ଶାଶ୍ୱତି ସାଡୁଆଳ, ବିଡିଓ, ତହସିଲଦାର ପ୍ରମୁଖ ଅଂଶ ଗ୍ରହଣ  କରିଥିଲେ ।