କଖାରୁ ଚାଷ ପ୍ରତି ବଢୁଛି ଚାଷୀଙ୍କ ଆଗ୍ରହ
ବରୀ: ପନିପରିବା ଭିତରେ ବୋଇତି କଖାରୁ ହେଉଛି ଅନ୍ୟତମ । ପୋଇତି କଖାରୁ ଚାଷ ପ୍ରତି ଚାଷୀ ବିଶେଷ ଆଗ୍ରହ ରଖୁନଥିବା ବେଳେ ବରୀ ନିର୍ବାଚନମଣ୍ଡଳୀ ଛତିଶଦେବିଲ ପଂଚାୟତର ଅଧିକାଂଶ ଚାଷୀ କିନ୍ତୁ ବୋଇତି କଖାରୁ ଚାଷ କରିଥିବାର ଦେଖିବାକୁ ମିଳିଛି । ପଂଚାୟତ ଦେବିଲ, ଠିଆରଦେବିଲ, ଋଷିପୁର ଅଂଚଳର ବହୁ ଚାଷୀ ୨୫ ରୁ ୩୦ ଏକର ପର୍ଯ୍ୟନ୍ତ ବୋଇତି କଖାରୁ ଚାଷ କରିଛନ୍ତି । ଏବର୍ଷ ଅଦିନିଆ ବର୍ଷା ଚାଷକୁ ବେଶ ପ୍ରଭାବିତ କରିଥିବା ବେଳେ ଅଂଚଳର ଚାଷୀ ଶ୍ୟାମ ସୁନ୍ଦର ମହାନ୍ତି ଏଥର ୧ ମାଣରୁ ଅଧିକ ଜମିରେ ବୋଇତି କଖାରୁ ଚାଷ କରିଛନ୍ତି । ତାଙ୍କ କହିବା ଅନୁସାରେ ଏଅଂଚଳର ବହୁ ଚାଷୀ ଏବର୍ଷ କଖାରୁ ଚାଷ କରିଛନ୍ତି । ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ପ୍ରୋତ୍ସାହନ ରାଶି ମିଳିଲେ ଆହୁରି ଏ ଅଂଚଳର ଚାଷୀ ଅଧିକରୁ ଅଧିକ ବୋଇତି କଖାରୁ ଚାଷ କରିପାରେନ୍ତେ ।