ପ୍ରଥମ ଥର ପାରଦ ୪୦ ଛୁଇଁଲା

ଆନନ୍ଦପୁର: ଆନନ୍ଦପୁରରେ ଚଳିତ ବର୍ଷ ପ୍ରଥମଥର ପାରଦ ୪୦ଡିଗ୍ରୀ ଛୁଇଁଛି । ଗତକାଲି ଆନନ୍ଦପୁରର ତାପମାତ୍ରା ୩୮.୫ ଡିଗ୍ରୀ ଥିବାବେଳେ ଆଜି ଏକାଥରେ ୧.୫ ଡିଗ୍ରୀ ବଢ଼ି ୪୦ଡିଗ୍ରୀ ରେ ପହଁଚିଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ତେବେ ୪୦ ଡିଗୀ ତାପମାତ୍ରାରେ ଆନନ୍ଦପୁର ଉପଖଣ୍ଡ ଆଉଟୁପାଉଟୁ ହେଉଥିବାବେଳେ ଏହି ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଦେଇଛି ଆନନ୍ଦପୁରରେ ଘନ ଘନ ବିଦ୍ୟୁତ କାଟ । ଏନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ଶକ୍ତି ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାଥୁବାରୁ ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।