ମହିଳା କଲେଜର ବାର୍ଷିକ ଉସବ 

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ଏକ ମାତ୍ର ଖଡିଆଳ ଡିଗ୍ରୀ ମହିଳା କଲେଜ୍ର ନବମ ବାର୍ଷିକ ଉସôବ ପାଳିତ ହୋଇଯାଇଅଛି । ଏହି ଉସôବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ପରିଚାଳନା ସଭାପତି ଡ଼. ଫଣିନ୍ଦମ ଦେଓ ଯୋଗ ଦେଇ ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ୱାସ ଦ୍ୱାରା ଲକ୍ଷ ପଥ ସାଧିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଜଗତ ରେ କେବଳ ଗୋଟିଏ ପ୍ରାଣୀ ରାଜ ହଂସ ଯେପରି କ୍ଷୀର ରେ ପାଣି ମିଶିଥିଲେ ମଧ୍ୟ ପାଣିକୁ ଛାଡି କେବଳ କ୍ଷୀରକୁ ପାନ କରିବା ଅନନ୍ୟା କ୍ଷମତା ରହିଅଛି । ସେହିପରି ଛାତ୍ରୀ ମାନେ ସତ୍ୟପଥକୁ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ । ସଭାରେ ପରିଚାଳନା ସଭାପତି ବିନୋଦ ବିହାରୀ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷକ ଗୌରାଙ୍ଗ ଚରଣ ସାହୁ ଯୋଗ ଦେଇଥିଲେ ।