ମହର୍ଷିପରାଶର ବୈଦିକ ଟ୍ରଷ୍ଟର ବାର୍ଷିକୋତ୍ସବ
କଟକ: ମହର୍ଷିପରାଶର ବୈଦିକ ଟ୍ରଷ୍ଟର ଷଷ୍ଠ ତମ ବାର୍ଷିକ ଉତ୍ସବ କଟକ ଗାନ୍ଧୀଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଚତୁର୍ଭୁଜ ଶର୍ମା, ରବିନାରାୟଣ ମହାନ୍ତି ଯୋଗ ଦେଇଥିଲେ । ମହର୍ଷିପରାଶର ବୈଦିକ ଟ୍ରଷ୍ଟର ସମ୍ପାଦକ ଅଚାର୍ଯ୍ୟା ଆଶୀଷ କୁମାର ନାୟକ, ଯୁଗ୍ମ ସମ୍ପାଦକ ନବରଞ୍ଜନ ଦାସ, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ପ୍ରଗତି ରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବା ସହିତ ଟ୍ରଷ୍ଟ ପକ୍ଷରୁ ଜ୍ୟୋର୍ତିବିଦ୍ ବ୍ରଜ କିଶୋର ପରି, ଅଭୟ କୁମାର ବେହେରା, ଗଣେଶ ମାଳି, ସୋନାଲି ପଟ୍ଟନାୟକଙ୍କୁ ଜ୍ୟୋତିଷ ରନôରେ ସମ୍ମାନିତ କରାଯାଇଛି । ସମାଜସେବା କ୍ଷେତ୍ରରେ ଅଶୋକ କୁମାର ରାଉତ ଓ ସୁଦୀପ୍ତା ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ସମାଜରେ ଯୋଗଦାନ କରୁଥିବା ଆଧ୍ୟାତ୍ମିକବାଦୀ ବାସ୍ତୁବିଦ, କର୍ମକାଣ୍ଡବିତ୍, ଜ୍ୟୋତିର୍ବିଦମାନଙ୍କୁ ସମ୍ମାନିତ କରାଯାଇଛି । ମହର୍ଷି ପରାଶର ବୈଦିକ ଟ୍ରଷ୍ଟର ଅଭୟ କୁମାର ଆଚାର୍ଯ୍ୟ ବେଦ ପାଠ କରିଥିଲେ । ଡ଼. ସୌମ୍ୟଦର୍ଶନ ମହାନ୍ତି ସଭା ପରିଚାଳନା କରିଥିଲେ । ପରିଶେଷରେ ଟ୍ରଷ୍ଟର ସମ୍ପାଦକ ଆଚାର୍ଯ୍ୟ ଆଶୀଷ୍ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।