ଚିନ୍ତା ବଢ଼ାଇଛି ହଇଜା : ଝାଡାବାନ୍ତିରେ ଜଣେ ମୃତ
ଟାଙ୍ଗୀ-ଚୌଦ୍ୱାର: ସାରା ଓଡ଼ିଶାରେ ପାଞ୍ଚଟି ଜିଲ୍ଲାରେ ଝାଡାବାନ୍ତି ରୋଗ ବ୍ୟାପକ ବିସ୍ତାର କରି ଲୋକଙ୍କ ଜୀବନ ନେଉଥିବାବେଳେ ସବୁଠୁ ବିକଶିତ ଜିଲ୍ଲା କଟକ ର ଟାଙ୍ଗୀ ବ୍ଲକର ସଫା ପଞ୍ଚାୟତର ସୁଆଁରି ଗ୍ରାମରେ ୧୮ ଜଣ ବ୍ୟକ୍ତି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲରେ ଚିକିସôିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ମୃତୁ୍ୟ ହୋଇଛି । ଦୁଇ ଜଣ ଗୁରୁତର ହୋଇ ଆଇସିୟୁ ରେ ଥିବା ଜଣାପଡିଛି । ଏହା ସହିତ ନିକଟସ୍ଥ ସଫାପଞ୍ଚାୟତ ଗାଁରେ ବହୁଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନ ତରଫରୁ ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକର ଅତିରିକ୍ତ ବିଡ଼ିଓ, ସ୍ୱାସ୍ଥ୍ୟ ଅଧିକାରୀ ସୁଆଁରୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇବା ସହିତ ପାନୀୟ ଜଳ ପାଇଁ ଟ୍ୟାଙ୍କର ଯୋଗାଇଥିବା ବେଳେ ଗାଁ ମଧ୍ୟରେ ଥିବା କୂଅ ଓ ନଳ କୁପକୁ ସଫା ସୂତରା ରଖିବା ପାଇଁ କୌଣସି ଉଦ୍ୟମ କରୁନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଝାଡା ବାନ୍ତି ରୋଗ କେବଳ ସୂଆଁରି ଗ୍ରାମରେ ନୁହେଁ ନିକଟସ୍ଥ ଆଦିବାସୀ ପଞ୍ଚାୟତ ସଫା,କରଞ୍ଜି, ମହିସାଲଣ୍ଡା ଓ ମଙ୍ଗରଜପୂର୍ ଅଞ୍ଚଳରେ ବ୍ୟାପିବାର ଜଣାପଡ଼ିଥିବା ବେଳେ ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ ବିଜେପିର ବରିଷ୍ଠ ନେତା ଅଭୟ ବାରିକ ଦାବି କରିଛନ୍ତି ।