ଏସସିବି ବୁଲିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ
କଟକ : କେନ୍ଦ୍ରୀୟ ଟିମର ୩ ଜଣିଆ ପ୍ରତିନିଧି ଦଳ ଆଜି ଏସସିବି ମେଡ଼ିକାଲର ଡାଇରିଆ ୱାର୍ଡ଼ ପରିଦର୍ଶନ କରି ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଗତ ୧୦ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଡାଇରିଆ ୱାର୍ଡ଼ରେ ୧୪୬ଜଣ ରୋଗୀ ଚିକିସôିତ ହେଉଥିବାବେଳେ ୧୧୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହି ସମୟ ମଧ୍ୟରେ ୪ଜଣଙ୍କ ମୃତୁ୍ୟ ଘଟିଛି । ବର୍ତ୍ତମାନ ୱାର୍ଡ଼ରେ ଡାଇରିଆ ଆକ୍ରାନ୍ତଙ୍କ ଚିକିସôା ଚାଲିଛି । ପ୍ରତିନିଧି ଦଳ ରୋଗୀମାନଙ୍କ ନିକଟକୁ ଯାଇ ସବିଶେଷ ତଥ୍ୟ ନେବା ସହ ଚିକିସôା କରୁଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ । ଡାଇରିଆ ଆକ୍ରାନ୍ତ ରୋଗୀମାନେ ଧୀରେ ଧୀରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଚିକିସôା ସେବା ଯୋଗାଇ ଦିଆଯାଉଥିବା ଉପରେ କେନ୍ଦ୍ରୀୟ ଦଳ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରତିନିଧି ଦଳରେ ଡାକ୍ତର ନିଲମ ସୋମଲକର, ଡାକ୍ତର ରମିତ ଘୋଷ, ମାଇକ୍ରୋ ବାୟୋଲୋଜିଷ୍ଟ ଡା ସୃଜନା ମହାନ୍ତି ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ଭୂୟାଁ ପ୍ରମୁଖ ସାମିଲ ଥିଲେ । ଏସସିବି ମେଡ଼ିକାଲ ଅଧୀକ୍ଷକ ଡାକ୍ତର ଗୌତମ ଶତପଥି କେନ୍ଦ୍ରୀୟ ଟିମକୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।