କଣାସରେ ଡାଇରିଆ ସମୀକ୍ଷା
ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲାର କଣାସ ବ୍ଲକ୍ ଗସ୍ତ କରି ଡାଇରିଆର ସମୀକ୍ଷା କରିଛନ୍ତି ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ନୀଳକଣ୍ଠ ମିଶ୍ର । ତାଙ୍କ ସହ ରାଜ୍ୟ ନିରୀକ୍ଷଣ ୟୁନିଟ୍ର ଏପିଡେମିଓଲୋଜିଷ୍ଟ ଡ. ସୁନୀତା ଜେନା ଏକ ଟିମ ସହିତ ଡାଇରିଆ ପ୍ରଭାବିତ ଗାଁ ଓ ଅଞ୍ଚଳ ଗୁଡିକର ପରିଦର୍ଶନରେ ଯାଇ ସାମ୍ପ୍ରତିକ ସ୍ଥିତି ଓ ପରିସ୍ଥିତର ମୂଲ୍ୟାଙ୍କନ କରିଥିଲେ । ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ମିଶ୍ର କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଇରିଆ ପ୍ରଭାବିତ ଏବଂ ସେମାନଙ୍କୁ ଚିକିସôା କରୁଥିବା ଚିକିସôକମାନଙ୍କ ସହିତ ବିଷଦ ଆଲୋଚନା କରି ଚିକିସôା ଓ ଅନ୍ୟାନ୍ୟ ସେବାକୁ କିପରି ଅଧିକ ବ୍ୟବସ୍ଥିତ ଓ ସୁସଙ୍ଗଠିତ କରାଯାଇପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ ।