"ବେଟି ବଚାଓ ବେଟି ପଢାଓ' ଯୋଜନାକୁ ୧୦ ବର୍ଷ ରାଜ୍ୟସ୍ତରୀୟ ଉସôବ ପାଳିତ
ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମ ଠାରେ "ବେଟି ବଚାଓ ବେଟି ପଢାଓ' ଯୋଜନାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ଉସôବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଗତ ଦଶନ୍ଧିରେ ଶିଶୁ କନ୍ୟାଙ୍କ ସୁରକ୍ଷା, ସେମାନଙ୍କର ଶିକ୍ଷାର ବିକାଶ, ଲିଙ୍ଗଗତ ବୈଷମ୍ୟଦିଗରେ ପାଇଥିବା ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ଆୟୋଜନ କରଯାଇଥିଲା । ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଦେଖାଇ ଆୟୋଜିତ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ତାଙ୍କ ସହିତ ହିନେ୍ଦାଳର ବିଧାୟିକା ସୀମାରଣୀ ନାୟକ ଓ ଅନ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ । ପଦଯାତ୍ରାରେ କଲେଜ, ୟୁନିଭରସିଟି ଓ ଅନ୍ୟାନ୍ୟ କ୍ଷେତ୍ରର ଉସôାହୀ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମଗିରିର ବିଧାୟିକା ଉପାସନା ମହାପାତ୍ର, ପୁଲିସ ଆଇଜି ସାଇନି ଏସ୍, ୟୁନିସେଫ୍ର ମୁଖ୍ୟ କ୍ଷେତ୍ର ଅଧିକାରୀ ୱିଲିୟମ ହେନଲୋନ୍ ଜୁନିୟର, ବିଭାଗୀୟ ନିଦେ୍ର୍ଦଶିକା ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଏକ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା । ଅଂଶଗ୍ରହଣ- କାରୀମାନେ ଶିଶୁ କନ୍ୟାର ଅଧିକାରକୁ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେବା ସହ ଲିଙ୍ଗଗତ ସମାନତାକୁ ପ୍ରୋସôାହନ ଦେବା ପାଇଁ ଶପଥ ନେଇଥିଲେ । ଶେଷରେ ବିଭାଗୀୟ ଅତିତିକ୍ତ ଶାସନ ସଚିବ ଏନ୍ସି ଜ୍ୟୋତି ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।