୬ରୁ ଭୁବନେଶ୍ୱର-ଝାରସୁଗୁଡା ବିମାନ ସେବା : ଭୁବନେଶ୍ୱରରୁ ଝାରସୁଗୁଡା ଟିକେଟ୍ ୧୫୯୯ ଟଙ୍କା
ବେଙ୍ଗାଲୁରୁ : ଅଞ୍ଚଳୀୟ ସଂଯୋଗକୁ ଅଧିକ ମଜବୁତ କରିବା ପଦକ୍ଷେପ ରୂପେ, ଷ୍ଟାର ଏୟାର ଆସନ୍ତା ୧୬ ଅଗଷ୍ଟ ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱର (ବିବିଆଇ)ରୁ ତାଙ୍କର ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି । ଏହି ନୂତନ ରୁଟ୍ ଦ୍ୱାରା ଭୁବନେଶ୍ୱର ଓ ଝାରସୁଗୁଡା (ଯେଆରଯେ) ମଧ୍ୟରେ ସରଳ ଓ ସୁବିଧାଜନକ ବିମାନ ଯାତ୍ରା ସୁନିଶ୍ଚିତ ହେବ । ଆରମ୍ଭ ହେଉଥିବା ଟିକେଟ୍ ମୂଲ୍ୟ ବି ଅତ୍ୟନ୍ତ ଆକର୍ଷଣୀୟ ଭାବରେ ରଖାଯାଇଛି । ସିଧାସଳଖ ଭାବେ ଝାରସୁଗୁଡାକୁ ଭୁବନେଶ୍ୱର ସହ ଯୋଡିବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଯାହା ଓଡ଼ିଶାର ଅଞ୍ଚଳୀୟ ସଂଯୋଗ ବୃଦ୍ଧି ସହିତ ଆର୍ଥିକ ବିକାଶରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ପଶ୍ଚିମ ଓଡ଼ିଶାର ଶିଳ୍ପ ଗଡ ଭାବରେ ପରିଚିତ ଝାରସୁଗୁଡା, କୋଇଳା, ଏଲୁମିନିଅମ୍ ଓ ଥର୍ମାଲ୍ ପାୱାର୍ ଇଂଡଷ୍ଟ୍ରିର ମୁଖ୍ୟ କେନ୍ଦ୍ର । ତାହାପରି, ରାଜଧାନୀ ଭୁବନେଶ୍ୱର ଓଡ଼ିଶାର ପ୍ରଶାସନିକ, ଶିକ୍ଷାନୁଷ୍ଠାନ ଓ ଆଇଟି ହବ୍ ରୂପେ ପରିଚିତ । ଉଦ୍ଘାଟନ ଅବସରରେ ଷ୍ଟାର ଏୟାରର ଚିଫ କର୍ମଶିଆଲ ଏଣ୍ଡ ମାର୍କେଟିଂ ଅଫିସର (ସିସିଏମଓ) ଶିଳ୍ପା ଭାଟିଆ କହିଛନ୍ତି: "ଭୁବନେଶ୍ୱରରୁ ଆମେ ଆମର ସେବା ଆରମ୍ଭ କରିବାକୁ ଅତ୍ୟନ୍ତ ଉସôାହିତ । ଏହି ନୂତନ ରୁଟ୍ ମାଧ୍ୟମରେ ଝାରସୁଗୁଡା ଓ ଭୁବନେଶ୍ୱର ମଧ୍ୟରେ ନିକଟତମ ସଂଯୋଗ ସ୍ଥାପିତ ହେବା ସହ, ଓଡ଼ିଶାର ଅନ୍ତର୍ନିମ୍ନ ଅଞ୍ଚଳ ସଂଯୋଗ ବୃଦ୍ଧି ପାଇବ । ସହଜ, ସୁଲଭ ଓ ସୁବିଧାଜନକ ଆଞ୍ଚଳିକ ଯାତ୍ରା ପ୍ରତି ବର୍ଦ୍ଧିତ ଚାହିଦାକୁ ଧ୍ୟାନରେ ରଖି ଏହି ସେବା ଆରମ୍ଭ କରାଯାଇଛି । ଷ୍ଟାର ଏୟାରରେ , ଆମେ ସଦା ସର୍ବଦା ସଂଯୁକ୍ତ ନଥିବା ଅଞ୍ଚଳଗୁଡିକୁ ଯୋଡିବାରେ ପ୍ରତିବଦ୍ଧ ଓ ଭାରତର ବିମାନ ସେକ୍ଟରର ପ୍ରକୃତ ସମ୍ଭାବନାକୁ ଉନ୍ମୋଚନ କରିବା ପ୍ରତି ଉସôର୍ଗୀକୃତ ।