ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଓଡ଼ାପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିସରରେ  ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ମାତୃ ସମ୍ମିଳନୀରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦିକା ବନଲତା ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦୁର୍ଗାଚରଣ ରାଉତ  ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ମାତୃ ଭାରତୀର ସଭାପତି ସରୋଜିନୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦାନ କରି ମା’ ଶାରଦା ନିକଟରେ ଦ୍ୱୀପ ପ୍ରଜ୍ଜ୍ୱଳନ କରି ସମସ୍ତଙ୍କ ମଙ୍ଗଳକାମନା କରିଥିଲେ । ମାତୃସମ୍ମିଳନୀ ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦୁର୍ଗାଚରଣ ରାଉତ ମାତୃ ସମ୍ମିଳନୀର ଆଭିମୁଖ୍ୟ ଉଦେ୍ଦଶ୍ୟ ଲକ୍ଷ୍ୟ ସମ୍ପର୍କରେ ମାତୃମଣ୍ଡଳକୁ ଅବଗତ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ନିର୍ମଳ କୁମାର ବେହେରା  ଜାତୀୟ ଶିକ୍ଷାନୀତି ବିଷୟରେ ମାତୃ ମଣ୍ଡଳୀଙ୍କୁ ଧାରଣା ପ୍ରଦାନ କରିଥିଲେ ।  ଏହି ମାତୃ ସମ୍ମିଳନୀରେ ୫୦ ଊର୍ଦ୍ଧ୍ୱ ମାଆମାନେ ଯୋଗ କରିଥିଲେ । ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାଭୋଇ ଯୋଗ ଦେଇଥିଲେ । ସହ ପ୍ରଧାନଆଚାର୍ଯ୍ୟ ଗଗନ ବିହାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।