ପ୍ରତିଶ୍ରୁତି ପାଣିର ଗାର, ମିଳୁନି ସରକାରୀ ଯୋଜନା
ହିଞ୍ଜିଳିକାଟୁ: ଦୀର୍ଘ ୬ ବର୍ଷ ପରେ ମଧ୍ୟ ପ୍ରତିଶ୍ରୁତି ପାଳନ ହେଲାନାହିଁ । ସବୁଆଡ଼େ ନିରାଶ ପରେ ଏବେ ବାସଗୃହ ନ ମିଳିଲେ ଆସନ୍ତା ଜାନୁଆରୀ ୨୬ରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସାମନାରେ ଆତ୍ମାହୁତି ଧମକ ଦେଇଛନ୍ତି ଜଣେ ମହିଳା । ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ୍ ଗଣ୍ଡଳା ପଞ୍ଚାୟତ ଅନ୍ତର୍ଗତ ମାରପଲୀ ଗାଁ ର କୁନି ଦାସଙ୍କ ଗତ ହୁଡହୁଡ ବାତ୍ୟା ସମୟରେ ସରକାରୀ ଜାଗାରେ କରିଥିବା ଛଣ ଛପର ଘର ଭାଙ୍ଗି ଦୁରମାର ହୋଇଗଲା । ସରକାରୀ ଜାଗାରେ କୁଡିଆଟି କରିଥିବା ହେତୁ ସରକାରୀ ସାହାଯ୍ୟ ପାଇପାଇଲେ ନାହିଁ । ବିଭିନ୍ନ ସରକାରୀ ଅଧିକାରୀମାନଙ୍କୁ ସେ ସରକାରୀ ଯୋଜନାରେ ବାସଗୃହ ଯୋଗାଣ ପାଇଁ ବାରମ୍ବାର ଲିଖିତ ଗୁହାରି କଲେ । କେହି ଏଥିପ୍ରତି କୌଣସି ପ୍ରକାର ଜର୍ଣ୍ଣପାତ କଲେ ନାହିଁ । କିଛି ଉପାୟ ନ ପାଇ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ୧୭ ଜୁଲାଇ.୨୦୧୮ ରିଖ ଦିନ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ । ତକôାଳୀନ ତହସିଲଦାର, ପୁଲିସ ଇନ୍ସପେକ୍ଟର, ବିଡିଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଧାରଣା ସ୍ଥଳକୁ ଆସି ପ୍ରତିଶ୍ରୁତି ଦେଇ ୧ ମାସ ମଧ୍ୟରେ ଗ୍ରାମରେ ଜାଗା ଓ ବିଜୁ ପକ୍କାଘର ଯୋଗାଇ ଦିଆଯିବବୋଲି ପ୍ରତିଶ୍ରୁତି ଦେଇଥିଲେ । ସେ ଅନଶନ ପ୍ରତ୍ୟାହାର କଲେ । ତାଙ୍କ କଥା ଶୁଣି ପ୍ରତ୍ୟାହାର କଲି । ତାଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି । ତେବେ ସରକାରୀ ଅଧିକାରୀ ମାନେ କୌଣସି ପଦକ୍ଷେପ ନେଲେ ନାହିଁ । ବାରମ୍ବାର ତହସିଲ ଅଫିସ, ବିଡିଓ ଅଫିସ ଯାଇ ନିରାଶ ହୋଇ ଫେରିଲେ କୁନି । ହିଂଜିଳି ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦରଖାସ୍ତ ଦେଇଥୁଲେ । ୬ ଡିସେମ୍ବର ୨୦୨୨ ରିଖରେ ଛତ୍ରପୁରରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ । ତଥାପି କୌଣସି ସୁଫଳ ମିଳିନଥିଲା । ସବୁ ବେଳେ ନିରାଶ ପରେ ବାଧ୍ୟ ହୋଇ କୁନି ଗତ ୯ ଡିସେମ୍ବର ୨୦୨୪ ରେ ଦରଖାସ୍ତଟିଏ ଦେଇଅଛି । ତାଙ୍କ ଦାବି ପ୍ରତି ଗୁରୁତର ସହ ବିଚାର କରି ଗୋଟିଏ ଗୃହ ପାଇଁ ଜାଗା ଓ ଆବାସ ଯୋଗାଇବା ପଦକ୍ଷେପ ନ ନେଲେ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଦେବାକୁ ଦର୍ଶାଇଛନ୍ତି । ଅନ୍ୟ ପକ୍ଷରେ ଗଞ୍ଜାମ ଜିଲା କିଷାନ କଂଗ୍ରେସ ( ପଶ୍ଚିମ) ସଭାପତି ପଦ୍ମ ଚରଣ ସାହୁ କହିଛନ୍ତି ଯେ, ରାଜନୈତିକ ବାଛବିଚାର କରି ସରକାରୀ ଯୋଜନାରେ କୁନିକୁ ବାସଗୃହ ଯୋଗାଣ କରାଯାଇନାହିଁ । ଉଚ୍ଚÿ କର୍ତ୍ତୃପକ୍ଷ ତୁରନ୍ତ ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ।