୬ ଟ୍ରାକ୍ଟର ଜବତ
ବୁଗୁଡ଼ା : ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ଟି ଟ୍ରାକ୍ଟର ଜବତ ସହ ୧ ଲକ୍ଷ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ତହସିଲ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ମାଣିତରାରେ ଚାରୋଟି ଏବଂ କରଚୁଲିରେ ଗୋଟିଏ ମାଟି ବୋଝେଇ ଟ୍ରାକ୍ଟର ସାଙ୍ଗକୁ ବିଷ୍ଣୁଚକ୍ର ଗ୍ରାମ ନିକଟରୁ ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଥିଲା । ମାଣିତରା ଓ କରଚୁଲିରୁ ଜବତ ୫ଟି ଟ୍ରାକ୍ଟରରୁ ୭୭ ହଜାର ଏବଂ ବିଷ୍ଣୁଚକ୍ରରୁ ଜବତ ଟ୍ରାକ୍ଟରରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଉକ୍ତ ଚଢାଉ କାର୍ଯ୍ୟରେ ସମ୍ପୃକ୍ତ ମଣ୍ଡଳ ଗୁଡିକର ରାଜସ୍ୱ ନିରୀକ୍ଷକମାନେ ସାମିଲ ଥିଲେ ।